/odisha-reporter/media/post_attachments/uploadimage/library/16_9/16_9_0/IMAGE_1687788252.jpeg)
Search Operation in Canal
ଗାଧୋଇବା ବେଳେ ୧୨ ବର୍ଷିୟ ନାବାଳକକୁ କୁମ୍ଭୀର ଟାଣିନେଲା। ଏହି ଅଘଟଣରେ ପ୍ରାଣ ହରାଇଛି ଏହି ନାବାଳକ। ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତର ଟିକରପଡା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଗ୍ରାମର ନନ୍ଦୁ ଗୌଡ଼ ବୋଲି ଜଣାପଡ଼ିଛି।
Advertisment
ସେ ଅପରାହ୍ନରେ ଗାଁ ନିକଟ ଘୋଡାହାଡ଼ କେନାଳକୁ ଗାଧୋଇବା ପାଇଁ ଯାଇଥିଲା। ଘରକୁ ନ ଫେରିବାକୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। କେନାଲରେ ନାବାଳକ ବୁଡ଼ି ଯାଇଥିବା ଆଶଙ୍କା କରି ଖୋଜିବା ପାଇଁ ପରିବାର ଲୋକେ ଦିଗପହଣ୍ଡି ଅଗ୍ନିଶମ ବାହିନୀର ସହାୟତା ନେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଏହି କେନାଲରୁ ମୃତଦେହକୁ ଠାବ କରିଥିଲା।
ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ନାବାଳକୁ କୁମ୍ଭୀର ଆକ୍ରମଣ କରିଥିବା ପରିବାର ଲୋକେ କହିଛନ୍ତି। ଏହି ଘଟଣା ପରେ ନାବାଳକର ଅଭିଭାବକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
