Advertisment

ରଙ୍ଗ ନମ୍ବରରୁ ମିଶିଥିଲା ମନ; ବିବାହ ପରେ ସ୍ତ୍ରୀକୁ ଦେଲେ ଧୋକା

୨୦୨୧ ଜାନୁଆରୀ ୧୫ ତାରିଖରେ ମୁମ୍ବାଇର ଏକ କୋର୍ଟରେ ହୋଇଥିଲା ସେମାନଙ୍କ ବିବାହ।

ଅଦ୍ୟତନ ହୋଇଛି
marriage

marriage

Advertisment

ରଙ୍ଗ ନମ୍ବରରୁ ଆରମ୍ଭ ହୋଇଥିଲା ପ୍ରେମ। କିଛି ଦିନର ମିଳାମିଶା ପରେ ନିବିଡ଼ ହୋଇଥିଲା ସଂପର୍କ। ଏହାପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁଇ ପ୍ରେମ ପକ୍ଷୀ। କିନ୍ତୁ ଏବେ ସ୍ତ୍ରୀକୁ ଛାଡ଼ି ଫେରାର ହୋଇଯାଇଛି ସ୍ୱାମୀ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାରେ।

Advertisment

୨୦୧୪ରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଵି ତୁରୁବୁଡି ପଞ୍ଚାୟତର ଘୋଡ଼ାପଲାଣ ଗ୍ରାମର ସଦାନନ୍ଦ ଗୌଡ଼ ଓ ଆସାମର ଈଗନେଶ ବଘୱାରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ। ଭୁଲ ବଶତଃ ହୋଇଥିବା ଏକ ଫୋନ କଲ୍‌ରୁ ସେମାନଙ୍କ ମଧ୍ୟରେ ପରିଚୟ ହୋଇଥିଲା ଓ ତାହା ପରବର୍ତ୍ତୀ ସମୟରେ ପ୍ରେମ ସଂପର୍କରେ ପରିଣତ ହୋଇଥିଲା। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। 

ସଦାନନ୍ଦ ମୁମ୍ବାଇରେ କାମ କରୁଥିଲେ। ସେଥିପାଇଁ ସେ ଈଗନେଶଙ୍କୁ ମୁମ୍ବାଇ ଡାକିଥିଲେ। ସଦାନନ୍ଦଙ୍କ ପ୍ରେମରେ ଅନ୍ଧ ଈଗନେଶ ୨୦୨୧ରେ ପରିବାର ଲୋକଙ୍କୁ ଛାଡ଼ି ମୁମ୍ବାଇ ପଳାଇ ଆସିଥିଲେ। ୨୦୨୧ ଜାନୁଆରୀ ୧୫ ତାରିଖରେ ସେମାନେ ରେଜିଷ୍ଟ୍ରୀ ମ୍ୟାରେଜ କରିଥିଲେ।

Advertisment

ବିବାହ ପରେ ସବୁ କିଛି ଠିକଠାକ ଚାଲିଥିଲା। କିନ୍ତୁ ଏଇ ଦୁଇ ମାସ ତଳେ ସଦାନନ୍ଦ ଘରକୁ ଯାଉଛି କହି ଆଉ ମୁମ୍ବାଇରେ ଥିବା ପତ୍ନୀ ଈଗନେଶଙ୍କ ପାଖକୁ ଫେରି ନଥିଲେ କି ତାଙ୍କ ସହିତ କୌଣସି ଯୋଗାଯୋଗ କରି ନଥିଲେ। ଶେଷରେ ଈଗନେଶ ଓଡ଼ିଶା ଆସିଥିଲେ। ସେ ଘୋଡ଼ାପଲାଣ ସ୍ଥିତ ସଦାନନ୍ଦଙ୍କ ଘର ସମ୍ମୁଖରେ ଗତକାଲିଠାରୁ ଧାରଣାରେ ବସିଛନ୍ତି। 

ଅନ୍ୟପକ୍ଷରେ ସଦାନନ୍ଦଙ୍କ ଘରେ କେହି ନାହାନ୍ତି। ତାଙ୍କ ଘରେ ତାଲା ପଡ଼ିଛି। ସଦାନନ୍ଦଙ୍କ ଫୋନ ବି ସୁଇଚ୍ ଅଫ୍ ରହିଛି। ତେଣୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସଦାନନ୍ଦଙ୍କ ପରିବାର ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ।ଈଗନେଶଙ୍କୁ ନ୍ୟାୟ ଦେବାକୁ ସହାୟତାର ହାତ ବଢ଼ାଇଛନ୍ତି କିଛି ମାନବାଧିକାର କର୍ମୀ।

Ganjam Love Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe