Advertisment

ଏସି ସଟ୍‌ସର୍କିଟ୍‌ ହୋଇ ଚାଲିଗଲା ବୃଦ୍ଧାଙ୍କ ଜୀବନ, ସ୍ୱାମୀ ଗୁରୁତର

ଗତ ରାତିରେ ଅସହ୍ୟ ଗରମ ହେତୁ ପ୍ରଭାକର ସାହୁ ଓ ତାଙ୍କ ସ୍ତ୍ରୀ ଉତ୍ତରା ସାହୁ ନିଜ ରୁମ୍‌ ଏସି ଅନ୍‌ କରି ଶୋଇଥିଲେ। ମାତ୍ର ବିଳମ୍ବିତ ରାତିରେ ସଟ୍‌ସର୍କିଟ୍‌ ହୋଇ ନିଆଁ ଲାଗି ଯାଇଥିବା ବେଳେ ଉଭୟ ଏହା ଜାଣି ପାରି ନ ଥିଲେ।

ଅଦ୍ୟତନ ହୋଇଛି
fire broke out

fire broke out

Advertisment

ଏସି ସଟ୍‌ସର୍କିଟ୍‌ ହୋଇ ଚାଲିଗଲା ମହିଳାଙ୍କ ଜୀବନ । ମାତ୍ର ମହିଳାଙ୍କ ସ୍ୱାମୀ ଏହି ଅଘଟଣରୁ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏପରି ଏକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ଘଟିଛି। ମୃତା ମହିଳାଜଣକ ହେଲେ ଉତ୍ତରା ସାହୁ । ତାଙ୍କ ସ୍ୱାମୀ ପ୍ରଭାକର ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଗତ ରାତିରେ ଅସହ୍ୟ ଗରମ ହେତୁ ପ୍ରଭାକର ସାହୁ ଓ ତାଙ୍କ ସ୍ତ୍ରୀ ଉତ୍ତରା ସାହୁ ନିଜ ରୁମ୍‌ ଏସି ଅନ୍‌ କରି ଶୋଇଥିଲେ। ମାତ୍ର ବିଳମ୍ବିତ ରାତିରେ ସଟ୍‌ସର୍କିଟ୍‌ ହୋଇ ନିଆଁ ଲାଗି ଯାଇଥିବା ବେଳେ ଉଭୟ ଏହା ଜାଣି ପାରି ନ ଥିଲେ। ନିଆଁ ରୁମ୍‌କୁ କବଳିତ କରିବା ପରେ ଶ୍ୱାସରୁଦ୍ଧ ହେବାରୁ ଉଭୟ ପତିପତ୍ନୀଙ୍କ ନିଦ ଭାଙ୍ଗିଥିଲା। ଏହାପରେ ଦୁହେଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲେ। ସମଗ୍ର ଘର ଧୂଆଁମୟ ହୋଇ ଯାଇଥିବାରୁ ଉଭୟଙ୍କୁ ଉଦ୍ଧାର କରିବା ବେଶ କଷ୍ଟକର ହୋଇ ପଡ଼ିଥିଲା।  ପ୍ରଭାକର ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇଥିବା ବେଳେ ଉତ୍ତରାଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଥିଲା।

ଉଭୟଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏମକେସିଜି ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଉତ୍ତରାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଛି।

Advertisment

ଏସି ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରେ ଜଣାପଡିଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

Deadbody Fire Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe