Advertisment

ଡ୍ରେନ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼, ତା’ପରେ…

ବସ୍‌ଷ୍ଟାଣ୍ଡରେ ଥିବା ଡ୍ରେନ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼। ଯେତେ ଚେଷ୍ଟା କଲେ ମଧ୍ୟ ଡ୍ରେନ କଭର ଭିତରୁ ମହିଳାଙ୍କ ଗୋଡ଼ ବାହାରି ନଥିଲା।

author-image
Tapaswini Nayak
LADY SLIP DRAIN

LADY SLIP DRAIN

ବସ୍‌ଷ୍ଟାଣ୍ଡରେ ଥିବା ଡ୍ରେନ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼। ଯେତେ ଚେଷ୍ଟା କଲେ ମଧ୍ୟ ଡ୍ରେନ କଭର ଭିତରୁ ମହିଳାଙ୍କ ଗୋଡ଼ ବାହାରି ନଥିଲା। ଗୋଡ଼ ଡ୍ରେନ କଭର ଭିତରେ ପଶିଯିବା ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ମହିଳା ଜଣଙ୍କ। ଦେଢ଼ ଘଣ୍ଟା ଧରି ମହିଳା ଗୋଡ଼ ଡ୍ରେନ କଭର ଭିତରେ ପଶିବା ପରେ ଲୁହା ରଡ୍‌କୁ କଟର ମେସିନ୍‌ରେ କଟାଯିବା ପରେ ମହିଳାଙ୍କ ଗୋଡ଼ ବାହାରିଥିଲା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Advertisment

ଗତକାଲି ଭଞ୍ଜନଗର ବସ୍‌ଷ୍ଟାଣ୍ଡ ଭିତରେ ଥିବା ଡ୍ରେନ କଭର ଭିତରେ ଜଣେ ମହିଳାଙ୍କ ଗୋଡ଼ ପଶି ଯାଇଥିଲା। ମହିଳା ଜଣକ ଦେଢ଼ ଘଣ୍ଟା ଧରି ସେଠାରେ ଫସି ରହିଥିଲେ। ବହୁ ଚେଷ୍ଟା କରିବା ସତ୍ତ୍ୱେ କଭର ଭିତରୁ ଗୋଡ଼କୁ ବାହାର କରି ପାରିନଥିଲେ। ଶେଷରେ କଟର ମେସିନ ସାହାଯ୍ୟରେ ଲୁହାରଡକୁ କଟାଯିବା ପରେ ମହିଳା ଗୋଡ଼ ବାହିରିଥିଲା ।

ବସଷ୍ଟାଣ୍ଡ ଭିତରଦେଇ ଯାଇଥିବା ଡ୍ରେନକୁ କଭର କରିବା ପାଇଁ ଲୁହାପ୍ଳେଟ୍ ପକାଯାଇଥିଲା। ଭାରିଯାନ ଯାତାୟତ ହୋଇ ଅନେକ ପ୍ଳେଟ୍ ବର୍ତ୍ତମାନ ଦବିଯିବା ସହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଏନଏସି ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏ ନେଇ ଏନଏସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
Ganjam Drain Water