Advertisment

ନିଆଁରେ ପୋଡ଼ି ମହିଳା ଗୁରୁତର

ମହିଳାଙ୍କ ଶରୀରର ପ୍ରାୟ ୮୫ ପ୍ରତିଶତ ପୋଡ଼ି ଯାଇଛି।

author-image
Jitendra Garnayak
Ambulance

Ambulance

ନିଆଁରେ ପୋଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ଅଡ଼ବା ଥାନା ରାଇଝୁକା ଗାଁରେ ଘଟିଛି ଏହି ଘଟଣା।

Advertisment

ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ସୁପ୍ରିୟା ବସ୍ତରାୟ। ଆଜି ସକାଳେ ସେ ଚୁଲିରେ ନିଆଁ ଲଗାଉଥିବା ବେଳେ ହଠାତ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି।

ପରିବାର ଲୋକେ ସୁପ୍ରିୟାଙ୍କୁ ଗୁରୁତର ଅବସ୍ଥାରେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ପ୍ରାୟ ୮୫ ପ୍ରତିଶତ ପୋଡ଼ି ଯାଇଛି।

Advertisment

ସୁପ୍ରିୟାଙ୍କ ଅବସ୍ଥା ଗୁରୁତର ଥିବାରୁ ମୋହନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୋହନା ଡାକ୍ତରଖାନାର ଡାକ୍ତର ଆଶୁତୋଷ ଦାସ କହିଛନ୍ତି, ସକାଳ ପ୍ରାୟ ୭ଟା ବେଳକୁ ସୁପ୍ରିୟା ବସ୍ତରାୟଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କ ଶରୀରର ପ୍ରାୟ ୮୦ରୁ ୮୫ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍‌ପିଟାଲର ବର୍ଣ୍ଣ ୟୁନିଟକୁ ରେଫର କରି ଦିଆଯାଇଥିଲା। କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନି। ଘଟଣା ସଂପର୍କରେ ପୁଲିସକୁ ଅବଗତ କରାଯାଇଛି।

Fire Accident Fire Mishap