Advertisment

ଗଞ୍ଜେଇ ଚାଲାଣ କରୁଥିଲେ ବହିଷ୍କୃତ ଆର୍ମି ଯବାନ, ଧରା ପଡ଼ିଗଲେ

ଦିନେ ଆର୍ମି ଯବାନ ଭାବେ କାର୍ଯ୍ୟରତ ଥିଲେ। ବେଶ୍‌ ମୋଟା ଅଙ୍କର ଦରମା ପାଇବା ସହ ସ୍ୱଚ୍ଛଳ ଜୀବନ ବଞ୍ଚୁଥିଲେ। ମାତ୍ର ପତ୍ନୀ ହତ୍ୟା ଅଭିଯୋଗରେ ଜେଲ୍‌ ଯିବା ପରେ ବହିଷ୍କୃତ ହେବାରୁ ବଦଳିଗଲା ଜୀବନ ।

author-image
Niharika Rout
Arrest

Arrest

ଦିନେ ଆର୍ମି ଯବାନ ଭାବେ କାର୍ଯ୍ୟରତ ଥିଲେ। ବେଶ୍‌ ମୋଟା ଅଙ୍କର ଦରମା ପାଇବା ସହ ସ୍ୱଚ୍ଛଳ ଜୀବନ ବଞ୍ଚୁଥିଲେ। ମାତ୍ର ପତ୍ନୀ ହତ୍ୟା ଅଭିଯୋଗରେ ଜେଲ୍‌ ଯିବା ପରେ ବହିଷ୍କୃତ ହେବାରୁ ବଦଳିଗଲା ଜୀବନ । ଆର୍ଥିକ ସମସ୍ୟା ବଢ଼ିବାକୁ ଲାଗିବାରୁ ଗଞ୍ଜେଇ ଚାଲାଣକୁ ରୋଜଗାରର ସହଜ ବାଟ ଭାବି ଏଥିରେ ପାଦ ଦେଲେ। ମାତ୍ର ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ବନ୍ଧା ହୋଇଗଲେ ବହିଷ୍କୃତ ଆର୍ମି ଯବାନ ।

Advertisment

ଏପରି ଘଟଣା ଗତକାଲି ଗୋପାଳପୁର ଛକଠାରେ ଘଟିଛି। ଗିରଫ ହୋଇଥିବା ବହିଷ୍କୃତ ଆର୍ମି ଯବାନଜଣକ ହେଲେ ମଧ୍ୟ ପ୍ରଦେଶ ଗ୍ୱାଲିୟର ଅଞ୍ଚଳ ର ଗୋପାଳ ସିଂହ ।

ଗୋପାଳ ସିଂହ ଦୀର୍ଘ ବର୍ଷ ଗୋପାଳପୁରସ୍ଥିତ ଆର୍ମି ଏଡି କଲେଜରେ କାର୍ଯ୍ୟରତ ଥିଲେ। ଏହି ସମୟରେ ତାଙ୍କ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତଦନ୍ତ ପରେ ପତ୍ନୀ ହତ୍ୟା ଅଭିଯୋଗରେ ତାଙ୍କୁ ଜେଲ୍‌ ହୋଇଥିବା ବେଳେ କାର୍ଯ୍ୟରୁ ମଧ୍ୟ ସେ ବହିଷ୍କୃତ ହୋଇଥିଲେ। ଏହାପରେ ଗ୍ୱାଲିୟର ଚାଲି ଯାଇଥିବା ଗୋପାଳଙ୍କର ଚଳିବାରେ ଅସୁବିଧା ହେବାରୁ ଗଞ୍ଜେଇ ବେପାର କରିବାକୁ ମନ ବଳାଇଲେ।

Advertisment

ଗତ କିଛି ବର୍ଷ ଧରି ସେ ଏହି ବେପାର ଚଳାଇ ଆସୁଥିବା ଜଣାଯାଇଛି। ଏଥିନିମନ୍ତେ ସେ ଗଜପତି ଜିଲ୍ଲାର ଅଡବା ଅଞ୍ଚଳରୁ ନିୟମିତ ଭାବେ ଗଞ୍ଜେଇ ନେଇ ଦିଲ୍ଲୀରେ ବିକ୍ରି କରୁଥିଲେ। 

ଏଥର ବି ସେ ସମସ୍ତ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ସୋମବାର ସେ  ଗ୍ୱାଲିୟରରୁ ଭୁବନେଶ୍ୱରକୁ ଫ୍ଲାଇଟ ଯୋଗେ ଆସିଥିଲେ। ଏହାପରେ ସେଠାରୁ ବସ୍‌ଦ୍ୱାରା ଗଜପତିର ଅଡବା ଅଞ୍ଚଳକୁ ଯାଇ ୬୦ କେଜି ଗଞ୍ଜେଇ କିଣିଥିଲେ। ଏହାପରେ ୩ଟି ଏୟାର ବ୍ୟାଗରେ ଗଞ୍ଜେଇ ଧରି ଭୁବନେଶ୍ୱରକୁ ଏକ ଘରୋଇ ବସ ଯୋଗେ ଯାଉଥିଲେ।

ମାତ୍ର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଇନ୍ସପେକ୍ଟର ହୃଦୟ ସାମନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଜାତୀୟ ରାଜପଥ ୫ର ଗୋପାଲପୁର ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗୋପାଳଙ୍କ ବ୍ୟାଗକୁ ପୁଳା ପୁଳା ଗଞ୍ଜେଇ ବାହାରିଥିଲା। ଅବକାରୀ ବିଭାଗ ସମସ୍ତ ଗଞ୍ଜେଇ ଜବତ କରିବା ସହ ଗୋପାଳଙ୍କୁ ଗିରଫ କରି ପଚରାଉଚରା କରୁଛି।

ଏନେଇ ହୃଦୟ ସାମନ୍ତ କହିଛନ୍ତି, ଗୋପାଳପୁର ଜଙ୍କସନ୍‌ ଦେଇ ବସ୍‌ରେ ଗଞ୍ଜେଇ ଚାଲାଣ ହେବ ବୋଲି ପୂର୍ବରୁ ସୂଚନା ଥିଲା । ଏହାପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ, ବସ୍ ଅଟକାଇ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇଲୁ। ସେ ଜଣେ ବହିଷ୍କୃତ ଆର୍ମି ଯବାନ ବୋଲି ପଚରାଉଚରାରୁ ଜଣାପଡ଼ିଲା। ତାଙ୍କ ବ୍ୟାଗରୁ ଗଞ୍ଜେଇ ଜବତ ସହ ତାଙ୍କୁ ଗିରଫ କରାଯାଇଛି।

Ganjam Ganja Arrest