/odisha-reporter/media/post_attachments/uploads/2020/06/dead1.jpg)
dead
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭୋଜି ଖାଇବାକୁ ଘରୁ ଡାକି ନେଲେ ବନ୍ଧୁ। ୨ ଦିନ ପରେ ମିଳିଲା ମୃତଦେହ। ଗଞ୍ଜାମ ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ଏକ ପରିତ୍ୟକ୍ତ କୂଅରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍। ମୃତକଜଣକ ହେଲେ ଜଗନ୍ନାଥପ୍ରସାଦ ଜଳିସାହିର ଶଙ୍କର ମହାନ୍ତି । ଶଙ୍କରଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍।
Advertisment
ସୂଚନା ମୁତାବକ, ଦୁଇ ଦିନ ତଳେ ଶଙ୍କରକୁ ତାଙ୍କ ବନ୍ଧୁ ଭୋଜି ଖାଇବାକୁ ଘରୁ ଡାକି ନେଇଥିଲେ । ଏହାପରେ ଶଙ୍କର ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ କୂଅରେ ଚପଲ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଜଗନ୍ନାଥପ୍ରସାଦ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତର ଟେର ପାଇପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
