ବନ୍ଧୁ ସାଙ୍ଗେ ଭୋଜି ଖାଇବାକୁ ଯାଇ ଆଉ ଫେରିଲେନି ଯୁବକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭୋଜି ଖାଇବାକୁ ଘରୁ ଡାକି ନେଲେ ବନ୍ଧୁ। ୨ ଦିନ ପରେ ମିଳିଲା ମୃତଦେହ। ଗଞ୍ଜାମ ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ଏକ ପରିତ୍ୟକ୍ତ କୂଅରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ମୃତକଜଣକ ହେଲେ ଜଗନ୍ନାଥପ୍ରସାଦ ଜଳିସାହିର ଶଙ୍କର ମହାନ୍ତି । ଶଙ୍କରଙ୍କୁ ହତ୍ୟା କରିଥିବା  ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ସୂଚନା ମୁତାବକ, ଦୁଇ ଦିନ ତଳେ ଶଙ୍କରକୁ ତାଙ୍କ […]

dead

Niharika Rout
  • Published: Monday, 08 February 2021
  • , Updated: 08 February 2021, 08:40 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭୋଜି ଖାଇବାକୁ ଘରୁ ଡାକି ନେଲେ ବନ୍ଧୁ। ୨ ଦିନ ପରେ ମିଳିଲା ମୃତଦେହ। ଗଞ୍ଜାମ ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ଏକ ପରିତ୍ୟକ୍ତ କୂଅରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ମୃତକଜଣକ ହେଲେ ଜଗନ୍ନାଥପ୍ରସାଦ ଜଳିସାହିର ଶଙ୍କର ମହାନ୍ତି । ଶଙ୍କରଙ୍କୁ ହତ୍ୟା କରିଥିବା  ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ସୂଚନା ମୁତାବକ, ଦୁଇ ଦିନ ତଳେ ଶଙ୍କରକୁ ତାଙ୍କ ବନ୍ଧୁ ଭୋଜି ଖାଇବାକୁ ଘରୁ ଡାକି ନେଇଥିଲେ । ଏହାପରେ ଶଙ୍କର ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ କୂଅରେ ଚପଲ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଜଗନ୍ନାଥପ୍ରସାଦ ପୁଲିସ୍‌ ଓ  ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତର ଟେର ପାଇପାରିନି।

Related story