ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ହେଲା ହତ୍ୟାକାଣ୍ଡ । କଥା କଟାକଟିରୁ ହେଲା ରକ୍ତପାତ । ଅକାଳରେ ଆଖି ବୁଜିଲେ ଜଣେ ୨୧ ବର୍ଷୀୟ ଯୁବକ । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳ କୁମ୍ଭାରଡିହରେ ଘଟିଛି। ମୃତକ ହେଲେ କୁମ୍ଭାରଡିହ ଗାଁର ୨୧ ବର୍ଷୀୟ ଶଙ୍କର ପ୍ରଧାନ ।
ସୂଚନା ଅନୁଯାୟୀ, କୌଣସି କାରଣରୁ ଦୁଇ ଗାଁରେ ବଚସା ହୋଇଥିଲା । ଏଥିରେ ଶଙ୍କରଙ୍କୁ କିଛି ଯୁବକ ମାରପିଟ କରିବା ସହ ଧକ୍କା ମାରିଥିଲେ । ଶଙ୍କର ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ପାତ୍ରପୁର ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କେଉଁ କାରଣରୁ ଉଭୟ ଗାଁ ମଧ୍ୟରେ ଝଗଡ଼ା ଲାଗିଥିଲା, କ’ଣ ପାଇଁ ବଳି ପଡ଼ିଲେ ଶଙ୍କର, ଏଥିରେ କେଉଁ କେଉଁ ମାନେ ସମ୍ପୃକ୍ତ ତାହାର ଖୋଳତାଡ଼ କରୁଛି ପୁଲିସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ବସ୍ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ
ବସ୍ଟି ଆସିକାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା।

Crime
ଓୟୋ ହୋଟେଲ ରୁମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ପ୍ରେମିକ ଅଟକ
ସୋଶାଲ ମିଡିଆରେ ମୃତ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ହୋଇଥିଲା ପରିଚୟ।

Crime
ଘରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଯୁବକ ଗିରଫ
ଅକ୍ଟୋବର ୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଦେଢ଼ ମାସ ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।