Advertisment

କଥା କଟାକଟିରୁ ହେଲା ରକ୍ତପାତ, ଆଖି ବୁଜିଲେ ଯୁବକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ହେଲା ହତ୍ୟାକାଣ୍ଡ । କଥା କଟାକଟିରୁ ହେଲା ରକ୍ତପାତ । ଅକାଳରେ ଆଖି ବୁଜିଲେ ଜଣେ ୨୧ ବର୍ଷୀୟ ଯୁବକ । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳ କୁମ୍ଭାରଡିହରେ ଘଟିଛି। ମୃତକ ହେଲେ କୁମ୍ଭାରଡିହ ଗାଁର ୨୧ ବର୍ଷୀୟ ଶଙ୍କର ପ୍ରଧାନ । ସୂଚନା ଅନୁଯାୟୀ,  କୌଣସି କାରଣରୁ ଦୁଇ ଗାଁରେ ବଚସା ହୋଇଥିଲା । ଏଥିରେ ଶଙ୍କରଙ୍କୁ କିଛି ଯୁବକ ମାରପିଟ କରିବା ସହ […]

ଅଦ୍ୟତନ ହୋଇଛି
କଥା କଟାକଟିରୁ ହେଲା ରକ୍ତପାତ, ଆଖି ବୁଜିଲେ ଯୁବକ

attack

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ହେଲା ହତ୍ୟାକାଣ୍ଡ । କଥା କଟାକଟିରୁ ହେଲା ରକ୍ତପାତ । ଅକାଳରେ ଆଖି ବୁଜିଲେ ଜଣେ ୨୧ ବର୍ଷୀୟ ଯୁବକ । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳ କୁମ୍ଭାରଡିହରେ ଘଟିଛି। ମୃତକ ହେଲେ କୁମ୍ଭାରଡିହ ଗାଁର ୨୧ ବର୍ଷୀୟ ଶଙ୍କର ପ୍ରଧାନ ।

Advertisment

ସୂଚନା ଅନୁଯାୟୀ,  କୌଣସି କାରଣରୁ ଦୁଇ ଗାଁରେ ବଚସା ହୋଇଥିଲା । ଏଥିରେ ଶଙ୍କରଙ୍କୁ କିଛି ଯୁବକ ମାରପିଟ କରିବା ସହ ଧକ୍କା ମାରିଥିଲେ । ଶଙ୍କର ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ପାତ୍ରପୁର ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କେଉଁ କାରଣରୁ ଉଭୟ ଗାଁ ମଧ୍ୟରେ ଝଗଡ଼ା ଲାଗିଥିଲା, କ’ଣ ପାଇଁ ବଳି ପଡ଼ିଲେ ଶଙ୍କର, ଏଥିରେ କେଉଁ କେଉଁ ମାନେ ସମ୍ପୃକ୍ତ ତାହାର ଖୋଳତାଡ଼ କରୁଛି ପୁଲିସ୍‌।

Advertisment
Odisha Municipal Election 2022 Municipal Election Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe