Advertisment

ବାଇକ୍‌ ପଛରୁ ଡେଇଁ ବନ୍ଧୁ ପାର୍‌, ଚାଳକକୁ ଛୁରୀ ଭୁଷିଦେଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମାର ସିଂହ ଗ୍ରାମ ନିକଟରେ ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
injured

injured

Advertisment

ଦୁଇ ବନ୍ଧୁ ବାଇକ୍‌ରେ ଯାଉଥିଲେ। ହଠାତ୍ ବାଟରେ ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଗାଡ଼ି ଅଟକାଇଥିଲେ। ଜୀବନ ବଞ୍ଚାଇବା ନିମନ୍ତେ ବାଇକ୍ ପଛରେ ବସିଥିବା ବନ୍ଧୁ ଡିଆଁ ମାରି ଘଟଣାସ୍ଥଳରୁ ପଳାଇଥିଲା। ହେଲେ ବାଇକ୍ ଚଳାଇଥିବା ବ୍ୟକ୍ତି ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ସେ ଖସି ପାରି ନ ଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବା ପରେ ଛୁରୀରେ ଭୁଷି ଦେଇଛନ୍ତି। ଖଣ୍ଡାରେ ହାତକୁ ହାଣିବା ସହ ମୁଣ୍ଡକୁ ପଥରରେ ଛେଚି ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମାର ସିଂହ ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ଆକ୍ରମଣରେ ଗୁରୁତର ଯୁବକ ଜଣକ ଖଲ୍ଲିକୋଟ ଥାନା ବାକୁଟୁ ଗାଁ’ର ଆଲୋକ ସାହୁ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, ଆଲୋକ ସାହୁ ଓ ତା’ର ବନ୍ଧୁ କାର୍ତ୍ତିକ ନାହାକ ସହ ଆଜି ସକାଳୁ ବାଇକ ଯୋଗେ ବାଦପଲ୍ଲୀରୁ ନିଜ ଗାଁ’କୁ ଫେରୁଥିବା ବେଳେ କମାର ସିଂ ଗ୍ରାମ ନିକଟରେ ପୂର୍ବରୁ ଛକି ରହିଥିବା ପ୍ରାୟ ୫ ଜଣ ଦୁର୍ବୃତ୍ତ ଖଣ୍ଡା, ଛୁରୀ ଓ ପଥର ଧରି ବାଟ ଅବରୋଧ କରିଥିଲେ। ଆଲୋକ ବାଇକ୍‌ ରୋକିବା ପରେ ତାଙ୍କ ସାଙ୍ଗ ଗାଡ଼ିରୁ ଡିଆଁ ମାରି ନିକଟସ୍ଥ ଗାଁକୁ ପଳାଇଯିବାରେ ସମର୍ଥ ହୋଇଥିଲା । ହେଲେ ବାଇକ୍ ସହ ଦୁର୍ବୃତ୍ତଙ୍କ ହାବୁଡ଼ରେ ଆଲୋକ ପଡ଼ି ଯାଇଥିଲେ। ସେ ଗାଡ଼ି ଛାଡ଼ି ଦୁର୍ବୃତ୍ତଙ୍କ କବଳରୁ ଖସିବାକୁ ଦୌଡ଼ିଥିଲେ। ହେଲେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଆକ୍ରମଣ କରିଥିଲା।

ପ୍ରଥମେ ପେଟରେ ଛୁରୀ ଭୁଷିଥିବା ବେଳେ ପରେ ତାଙ୍କ ବାମ ହାତକୁ ପଥରରେ ଛେଚି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି।

Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଲୋକକୁ ହତ୍ୟା ଉଦ୍ୟମ ହୋଇଥିବା କୁହାଯାଉଛି। ତେବେ ତାଙ୍କ ମା’ ସବିତା ସାହୁଙ୍କ କହିବା କଥା, ପୁଅ ସହ କାହାରି ଶତ୍ରୁତା ନ ଥିଲା। ସକାଳୁ ବାକି ରହିଥିବା କିଛି ଟଙ୍କା ଦେବା ନିମନ୍ତେ ସେ ପଡ଼ୋଶୀ ଘରର ଜଣେ ସାଙ୍ଗ ସହ ବାଇକ୍‌ରେ ମାଳ ଅଞ୍ଚଳକୁ ଯାଇଥିଲା। ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନଙ୍କୁ ଦୁହେଁ ଚିହ୍ନିଛନ୍ତି।

କାର୍ତ୍ତିକ ନାହାକ କହିଛନ୍ତି, ପରିବାପତ୍ର କିଣିବା ପରେ ଆଲୋକ ସହ ମିଶି ତା’ର ଜଣେ ସାଙ୍ଗ ସହ ଭେଟ କରିବାକୁ ଯାଉଥିଲୁ। ବାଟରେ ପ୍ରାୟ ୫ ଜଣ ବାଇକ୍ ଆଗରେ ଠିଆ ହୋଇ ଯାଇଥିଲେ। ଆଲୋକ ଗାଡ଼ି ରୋକିବାରୁ ସେ ପଛରୁ ଡେଉଁ ପଳାଇ ଯାଇଥିଲେ। ବୁଲି ଦେଖନ୍ତି ଅଲୋକ ଗାଡ଼ି ସହ ତଳେ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରୁଥିଲେ। ଦୁର୍ବୃତ୍ତମାନେ ୩ଟି ବାଇକ୍‌ରେ ଅସିଥିଲେ। ତେବେ ଜୀବନ ବଞ୍ଚାଇବା ପାଇଁ ସେ ଘଟଣାସ୍ଥଳରୁ ଢେର କିଛିବାଟ ଦୌଡି ଯାଇ ଲୁଚି ଆତ୍ମଗୋପନ କରିଥିଲେ। କିଛି ସମୟ ପରେ କ’ଣ ହେଲା ବୋଲି ସେଠାରେ ପହଞ୍ଚି ଦେଖନ୍ତି ଆଲୋକ ଆହତ ହୋଇ ତଳେ ପଡ଼ିଥିଲେ। ତାଙ୍କୁ ଧରି ମେଡିକାଲରେ ଆସି ପହଞ୍ଚିଥିଲେ।

ସେପଟେ ଆକ୍ରମଣ ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଖଲ୍ଲିକୋଟ ପୁଲିସ ଘଟଣାସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଛି।

ରିପୋର୍ଟ- ଖଲିକୋଟରୁ ସିଲୁ ବିଶ୍ୱାଳ

Domestic Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe