Advertisment

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଆସିକା (ମନୋଜ ମୁନୀ): ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଜାହାଡ଼ା ଗ୍ରାମରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜାହାଡ଼ା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାରେ ଜାହାଡ଼ା ଗ୍ରାମର ୨୮ବର୍ଷୀୟ ପ୍ରତାପ ଖଟେଇଙ୍କ ମୃତ୍ୟୁ ହୋଇଛି। ଜାହାଡ଼ା ଗ୍ରାମର ବଡଦାଣ୍ଡରେ ଥିବା କାଳିଆ ଷ୍ଟୋରକୁ ପ୍ରତାପ କୌଣସି କାରଣ ପାଇଁ ଯାଇ ସେଠାରେ ଠିଆ ହୋଇଥିଲେ। ହଠାତ୍ ସେହି […]

ଅଦ୍ୟତନ ହୋଇଛି
ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

murder

Advertisment

ଆସିକା (ମନୋଜ ମୁନୀ): ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଜାହାଡ଼ା ଗ୍ରାମରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜାହାଡ଼ା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାରେ ଜାହାଡ଼ା ଗ୍ରାମର ୨୮ବର୍ଷୀୟ ପ୍ରତାପ ଖଟେଇଙ୍କ ମୃତ୍ୟୁ ହୋଇଛି।

Advertisment

ଜାହାଡ଼ା ଗ୍ରାମର ବଡଦାଣ୍ଡରେ ଥିବା କାଳିଆ ଷ୍ଟୋରକୁ ପ୍ରତାପ କୌଣସି କାରଣ ପାଇଁ ଯାଇ ସେଠାରେ ଠିଆ ହୋଇଥିଲେ। ହଠାତ୍ ସେହି ସମୟରେ ଗ୍ରାମର ଦୁଇ ଜଣ ଯୁବକ ପହଞ୍ଚି ପ୍ରତାପକୁ ଭୁଜାଲି ଓ କାତି ସାହଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ପ୍ରତାପଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଆସିକା ଉପଖଣ୍ଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆସିବା ଉପଖଣ୍ଡ ପୁଲିସ୍ ଅଧିକାରୀ ଉମାଶାଙ୍କର ସିଂ, ଧରାକୋଟ ପୁଲିସ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ତେବେ ହତ୍ୟା ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇନଥିବା ବେଳେ ପ୍ରତାକ୍ଷଦର୍ଶୀଙ୍କ ଠାରୁ ଏହି ଖବର ଶୁଣି ସାରା ଗ୍ରାମରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe