Advertisment

ଲିକ୍ ହେଲା ଗ୍ୟାସ ସିଲିଣ୍ଡର, ଜଳିଗଲେ ଡ୍ରାଇଭର

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗ୍ୟାସ ସିଲିଣ୍ଡର ଲିକ ହୋଇ ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁସିର ରୋଡ ସିଂହପାଲିରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ରାଜା ରାମ ରଣବିଡା । ତାଙ୍କ ଘର ଖଣ୍ଡୁଆଳ ଗ୍ରାମରେ । ସେ ମା’ ଦୁର୍ଗା ଗୋ ଗ୍ୟାସ୍ ଏଜେନ୍ସିରେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ଦୁର୍ଘଟଣା କିପରି ଘଟିଲା ସେ ନେଇ ନିର୍ଦ୍ଧିଷ୍ଟ କାରଣ ଜଣାପଡି ନ ଥିଲେ […]

author-image
Niranjan Mishra
ଲିକ୍ ହେଲା ଗ୍ୟାସ ସିଲିଣ୍ଡର, ଜଳିଗଲେ ଡ୍ରାଇଭର

Gas

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗ୍ୟାସ ସିଲିଣ୍ଡର ଲିକ ହୋଇ ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁସିର ରୋଡ ସିଂହପାଲିରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ରାଜା ରାମ ରଣବିଡା । ତାଙ୍କ ଘର ଖଣ୍ଡୁଆଳ ଗ୍ରାମରେ । ସେ ମା’ ଦୁର୍ଗା ଗୋ ଗ୍ୟାସ୍ ଏଜେନ୍ସିରେ ଡ୍ରାଇଭର ଭାବେ କାମ କରୁଥିଲେ ।

Advertisment

ତେବେ ଦୁର୍ଘଟଣା କିପରି ଘଟିଲା ସେ ନେଇ ନିର୍ଦ୍ଧିଷ୍ଟ କାରଣ ଜଣାପଡି ନ ଥିଲେ ହେଁ ଗ୍ୟାସ ଲିକ ହୋଇ ଅଘଟଣ ଘଟିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି । ଡ୍ରାଇଭର ଜଣଙ୍କ ଏଜେନ୍ସି ରହିଥିବା କୋଠାର କିଚେନ ରୁମରେ ଥିବା ବେଳେ ସେ ନିଆଁରେ ପୋଡ଼ି ହୋଇଯାଇଛନ୍ତି। ତେଣୁ ସେହି ଘରେ ଥିବା ଗଚ୍ଛିତ ଥିବା ଗ୍ୟାସ ସିଲିଣ୍ଡରରୁ ଗ୍ୟାସ୍ ଲିକ ହୋଇଥିବାର ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ଏଥିସହ ପୋଡି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର  କରିଥିଲା। ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା ଗ୍ୟାସଗୁଡ଼ିକୁ କାଢ଼ି ପାଣିରେ ପକାଇଥିଲେ। ଅଇଁଠାପାଲି  ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।