Advertisment

ରୋଷେଇ କରୁଥିଲେ, ଫାଟିଗଲା ଗ୍ୟାସ୍‌ ଟାଙ୍କି

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ସାନକିରାସିରା ଗାଁରେ ଗ୍ୟାସ୍‌ ଟାଙ୍କି ଫାଟିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସିନୁ ପ୍ରଧାନ (୨୪)। ସୂଚନା ଅନୁସାରେ, ସିନୁ ଗାଁ ମୁଣ୍ଡରେ ଏକ ଗ୍ରୋସେରୀ ଦୋକାନ କରି ସେଠାରେ ରହୁଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେ ଗ୍ୟାସ୍‌ରେ ଭାତ ରୋଷେଇ କରୁଥିଲେ। ଏହି ସମୟରେ ତାଙ୍କ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ହୋଇଥିଲା। ଏଥିରେ ତାଙ୍କ ଶରୀର ପୋଡ଼ି ଯାଇଥିଲା। […]

ଅଦ୍ୟତନ ହୋଇଛି
ରୋଷେଇ କରୁଥିଲେ, ଫାଟିଗଲା ଗ୍ୟାସ୍‌ ଟାଙ୍କି

sonpur

Advertisment

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ସାନକିରାସିରା ଗାଁରେ ଗ୍ୟାସ୍‌ ଟାଙ୍କି ଫାଟିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସିନୁ ପ୍ରଧାନ (୨୪)।publive-image

Advertisment

ସୂଚନା ଅନୁସାରେ, ସିନୁ ଗାଁ ମୁଣ୍ଡରେ ଏକ ଗ୍ରୋସେରୀ ଦୋକାନ କରି ସେଠାରେ ରହୁଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେ ଗ୍ୟାସ୍‌ରେ ଭାତ ରୋଷେଇ କରୁଥିଲେ। ଏହି ସମୟରେ ତାଙ୍କ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ହୋଇଥିଲା। ଏଥିରେ ତାଙ୍କ ଶରୀର ପୋଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ବିସ୍ଫୋରଣ ଏତେ ଯୋରଦାର ଥିଲା ଯେ ତାଙ୍କ ଦୋକାନ ଘରର ଆଜବେଷ୍ଟସ୍‌ ଏଣେତେଣ ଉଡ଼ିଯିବା ସହ କାନ୍ଥ ମଧ୍ୟ ଭାଙ୍ଗି ଯାଇଥିଲା। ଏହାସହ ସିନୁଙ୍କ ଉପରେ କାନ୍ଥ ଓ ଆଜବେଷ୍ଟସ୍‌ ଚାପି ହୋଇ ଯାଇଥିଲା। ତେବେ ସିନୁ ଦୋକାନରେ ପେଟ୍ରୋଲ ବିକ୍ରି କରୁଥିବାରୁ ବିସ୍ଫୋରଣ ଅଧିକ ହୋଇଥିବା ଜଣାପଡ଼ିପଡ଼ିଛି।

Advertisment

ଖବର ପାଇ ବୀରମହାରାଜପୁର ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe