ଗେଟ ମରାମତି ପାଇଁ ୨୦ ଦିନ ବନ୍ଦ ରହିବ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର 

ଲମତାପୁଟ: ଓଡିଶା ଓ ଆନ୍ଦ୍ର ସକରାରଙ୍କ ଯୁଗ୍ମ ପରିଚାଳିତ ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରର ବିଦ୍ୟୁତ ଉତ୍ପାଦନକୁ ଆଜି ଠାରୁ ୨୦ ଦିନ ଯାଏଁ ବନ୍ଦ କରିଦିଆଯାଇଛି । ମାଛକୁଣ୍ଡ ଜଳଭଣ୍ଡାରର ପାୱର ଗେଟ ଓ ଟିପି ଡ୍ୟାମର ଟ୍ରାସେର ଗେଟର ମରାମତି ପାଇଁ ଏହି କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି। ଏହି ଦୁଇଟି ସ୍ଥାନର ଗେଟଗୁଡିକ ଦୀର୍ଘ ବର୍ଷ ହେଲା ମରାମତି ହୋଇ ନାହି । ବର୍ଷା ସମୟରେ ବାହାରୁ ଜଳଭଣ୍ଡାରକୁ ଅବର୍ଜନା ପଶି ଗେଟ ଗୁଡିକକୁ ଖରାପ […]

machakuna jalaprapata

Rakesh Mallick
  • Published: Wednesday, 20 May 2015
  • , Updated: 20 May 2015, 12:46 PM IST

ଲମତାପୁଟ: ଓଡିଶା ଓ ଆନ୍ଦ୍ର ସକରାରଙ୍କ ଯୁଗ୍ମ ପରିଚାଳିତ ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରର ବିଦ୍ୟୁତ ଉତ୍ପାଦନକୁ ଆଜି ଠାରୁ ୨୦ ଦିନ ଯାଏଁ ବନ୍ଦ କରିଦିଆଯାଇଛି । ମାଛକୁଣ୍ଡ ଜଳଭଣ୍ଡାରର ପାୱର ଗେଟ ଓ ଟିପି ଡ୍ୟାମର ଟ୍ରାସେର ଗେଟର ମରାମତି ପାଇଁ ଏହି କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି। ଏହି ଦୁଇଟି ସ୍ଥାନର ଗେଟଗୁଡିକ ଦୀର୍ଘ ବର୍ଷ ହେଲା ମରାମତି ହୋଇ ନାହି । ବର୍ଷା ସମୟରେ ବାହାରୁ ଜଳଭଣ୍ଡାରକୁ ଅବର୍ଜନା ପଶି ଗେଟ ଗୁଡିକକୁ ଖରାପ କରିଥାଏ। ତାହାର ମରାମତି ପାଇଁ ମାଛକୁଣ୍ଡ ଜଳଭଣ୍ଡାର ଓ ଟିପି ଡ୍ୟାମର ପାଣି ସୁଖାଇ ଦିଆଯାଇଛି । ଏହାସହ ବିଦ୍ୟୁତ କେନ୍ଦ୍ରର ବିଦ୍ୟୁତ ଉତ୍ପାଦନକୁ ମଧ୍ୟ ବନ୍ଦ କରାଯାଇଥିବା ସହାୟକ ଯନ୍ତ୍ରୀ ବେଞାବିନ ଲିମା ପ୍ରକାଶ କରିଛନ୍ତି । ଓଡିଶା ଓ ଆନ୍ଦ୍ର ବିଦ୍ୟୁତ ବିଭାଗର ଅନୁମତିରେ ବିଦ୍ୟୁତ ଉତ୍ପାଦନକୁ ୨୦ ଦିନ ବନ୍ଦ କରାଯାଇ ଗେଟ କାମ କରିବାକୁ ନିର୍ଦେଶ ଦିଆଯାଇଥିବା ମାଛକୁଣ୍ଡ ଜଳ ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀଇଂ ଗୌରି ପତି କହିଛନ୍ତି ।

Related story