ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣିଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର   

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ୨ ଓଡ଼ିଆ ସାହିତ୍ୟିକ। ଗାଳ୍ପିକା ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯିବ। କ୍ଷୁଦ୍ରଗଳ୍ପ ସଂକଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ଗାୟତ୍ରୀ ସରାଫଙ୍କୁ ମିଳିବ ଏହି ପୁରସ୍କାର। ସେହିପରି ସୂର୍ଯ୍ୟମଣି ଖୁଣ୍ଟିଆ ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ପାଇଁ ପାଇବେ ଏହି ପୁରସ୍କାର।