Advertisment

ଅନୁଗୋଳରେ ଅଦ୍ଭୁତ ଶିଶୁ ଜନ୍ମ

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁଟିର ପାଟି, ଆଖି ମୁହଁ ଅସ୍ୱାଭାବିକ ରହିଥିବା ବେଳେ ଶରୀରରେ ବହୁ ଦାଗ ମଧ୍ୟ ରହିଛି। ଏହି ନବଜାତ ଶିଶୁକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଶିଶୁଟିକୁ ଦେଖିବା ପାଇଁ ଭିଡ ଜମିଛି। ଏଭଳି ଶିଶୁ ଭାରତ ବର୍ଷରେ ଖୁବ କମ୍‌ ପରିମାଣର ଜନ୍ମ ନେଉଛନ୍ତି। ଶିଶୁକୁ ଏକ ପ୍ରକାର ବଂଶାନୁକ୍ରମିକ  ରୋଗ ଯାହାର […]

ଅନୁଗୋଳରେ ଅଦ୍ଭୁତ ଶିଶୁ ଜନ୍ମ

sos

Advertisment

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁଟିର ପାଟି, ଆଖି ମୁହଁ ଅସ୍ୱାଭାବିକ ରହିଥିବା ବେଳେ ଶରୀରରେ ବହୁ ଦାଗ ମଧ୍ୟ ରହିଛି। ଏହି ନବଜାତ ଶିଶୁକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଶିଶୁଟିକୁ ଦେଖିବା ପାଇଁ ଭିଡ ଜମିଛି। ଏଭଳି ଶିଶୁ ଭାରତ ବର୍ଷରେ ଖୁବ କମ୍‌ ପରିମାଣର ଜନ୍ମ ନେଉଛନ୍ତି। ଶିଶୁକୁ ଏକ ପ୍ରକାର ବଂଶାନୁକ୍ରମିକ  ରୋଗ ଯାହାର ନାଁ ‘ହାରଲେକ୍ୱିନ ଇଚଥାୟୋସିସ’। ଯାହାକି ଗମ୍ଭୀର ଜେନେଟିକ ଡିଜ୍‌ ଅର୍ଡର ଯୋଗୁଁ ଚର୍ମକୁ ପ୍ରଭାବିତ କରିଥାଏ ବୋଲି ଜଣାପଡିଛି। ଭାରତବର୍ଷରେ ଏଭଳି ଘଟଣା ଚତୁର୍ଥ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ବୋଲି ଜଣା ପଡ଼ିଛି। ପ୍ରାୟ ୩୦ ଲକ୍ଷ ଶିଶୁରେ ଏଭଳି ଜଣେ ଶିଶୁ ଜନ୍ମ ନେଇଥାନ୍ତି ବୋଲି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୋନାଲିସା ଗଡ଼ନାୟକ ସୂଚନା ଦେଇଛନ୍ତି।

Advertisment

ସେପଟେ ଶିଶୁଟିର ବାପା ବୃନ୍ଦାବନ ଭୋଇ ଓ ମା’ ରାଣୀ ଭୋଇ ଚିନ୍ତାରେ ପଡିଯାଇଛନ୍ତି। ଗତକାଲି ରାଣୀଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳ ପ୍ରାୟ ୯.୩୦ ରେ ସେ ନବଜାତକକୁ ଜନ୍ମ ଦେଇଥିଲେ।

ଶିଶୁଟି ଏବେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନେଉଛି। ଶିଶୁଟିର ବଞ୍ଚିବା କଷ୍ଟକର ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe