ଘଟ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗ: ସମସ୍ତ ପକ୍ଷଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନୋଟିସ

କଟକ: ଘଟ ପରିବର୍ତନରେ ଦେଖାଦେଇଥିବା ବିଭ୍ରାଟର ବିଚାର ବିଭାଗୀୟ ତଦନ୍ତ ଦାବି ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ସମସ୍ତ ପ୍ରତିକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବ, ଆଇନ୍ ସଚିବ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଏହି ନୋଟିସ୍ ଜାରି ହୋଇଛି । ଦୁଇ ସପ୍ତାହ ମଧ୍ୟରେ, ଅଭିଯୋଗ ଆଧାରରେ ଜବାବ୍ ଦାଖଲ ପାଇଁ ନୋଟିସରେ କୁହାଯାଇଛି । ସ୍ୱେଚ୍ଛାସେବୀ ଉମାଶଙ୍କର ପଟ୍ଟନାୟକ କରିଥିବା ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନୋଟିସ୍ […]

High-Court

High-Court

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 09:06 AM IST

Sports

Latest News

କଟକ: ଘଟ ପରିବର୍ତନରେ ଦେଖାଦେଇଥିବା ବିଭ୍ରାଟର ବିଚାର ବିଭାଗୀୟ ତଦନ୍ତ ଦାବି ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ସମସ୍ତ ପ୍ରତିକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବ, ଆଇନ୍ ସଚିବ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଏହି ନୋଟିସ୍ ଜାରି ହୋଇଛି । ଦୁଇ ସପ୍ତାହ ମଧ୍ୟରେ, ଅଭିଯୋଗ ଆଧାରରେ ଜବାବ୍ ଦାଖଲ ପାଇଁ ନୋଟିସରେ କୁହାଯାଇଛି । ସ୍ୱେଚ୍ଛାସେବୀ ଉମାଶଙ୍କର ପଟ୍ଟନାୟକ କରିଥିବା ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ଘଟ ପରିବର୍ତ୍ତନରେ ଦେଖା ଦେଇଥିବା ବିଭ୍ରାଟ ଓଡ଼ିଶାବାସୀଙ୍କ ମନରେ ଗଭୀର ଆଘାତ ଦେଇଛି ଏବଂ ଧାର୍ମିକ ଭାବନା ପ୍ରତି କୁଠାରଘାତ କରିଛି ବୋଲି ସେ ଆବେଦନକାରୀ ଦର୍ଶାଇଥିଲେ । ଏଥିସହ ଘଟଣାର ନ୍ୟାୟିକ ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ।

ଅନ୍ୟପକ୍ଷେ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ କରାଯିବା ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଜବାବ୍ ଦାଖଲ କରାଯାଇଛି । ଜବାବରେ କୁହାଯାଇଛି ଯେ, ନବଯୋବନ ଦର୍ଶନ ପରଦିନ ରଥଯାତ୍ରା । ଏହା ମଧ୍ୟରେ ଶ୍ରୀଜିଉଙ୍କ ୩୬ଟି ନୀତିକାନ୍ତିର ବ୍ୟବସ୍ଥା ରହିଛି । ସେହିପରି ନବକଳେବର ବର୍ଷ ପାଇଁ ଏଥର ପ୍ରାୟ ୫୦ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଏତେ କମ ସମୟ ମଧ୍ୟରେ ଏତେ ସଂଖ୍ୟକ ଭକ୍ତଙ୍କୁ ପାରମାଣିକ ଦର୍ଶନର ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ନବଯୌବନ ବା ପାରମାଣିକ ଦର୍ଶନ ବନ୍ଦ କରିବାକୁ ମନ୍ଦିର ପ୍ରଶାସନ ଗତ ୧୦ ତାରିଖରେ ଘୋଷଣା କରିଥିଲା । ଏହାଦ୍ୱାରା ଲୋକଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବା ସହ ପ୍ରାଚୀନ ପରମ୍ପରା ଭଙ୍ଗ ହେଉଥିବା ଯୁକ୍ତି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos