ଘଟ ପରିବର୍ତ୍ତନରେ ବିଭ୍ରାଟ ପ୍ରସଙ୍ଗ: ହାଜର ହେଲେ ବିଶ୍ୱାବସୁ, ଦଇତାପତି

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତିରେ ବିଭ୍ରାଟ ପ୍ରସଙ୍ଗରେ ନିଜ ମତ ରଖିବାକୁ ୪ଜଣ ସେବାୟତଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଡକାଯାଇଥିଲା । ଏହି କ୍ରମରେ ଆଜି ଅପରାହ୍ନରେ ବିଶ୍ୱାବସୁ ବିନାୟକ ଦାସମହାପାତ୍ର, ବିଦ୍ୟାପତି ନରସିଂହ ପତିମହାପାତ୍ର, ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ଭେଟି ନିଜ ମତ ରଖିଛନ୍ତି । ସୁଦର୍ଶନଙ୍କ ବାଡଗ୍ରାହୀ ନବକିଶୋର ପତିମହାପାତ୍ରଙ୍କ ତାଙ୍କ ସ୍ଥାନରେ ନିଜ ବଡଭାଇ ଦେବ ପତିମହାପାତ୍ରଙ୍କୁ ବ୍ରହ୍ମ […]

daitapati

daitapati

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 12:39 PM IST

Sports

Latest News

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତିରେ ବିଭ୍ରାଟ ପ୍ରସଙ୍ଗରେ ନିଜ ମତ ରଖିବାକୁ ୪ଜଣ ସେବାୟତଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଡକାଯାଇଥିଲା । ଏହି କ୍ରମରେ ଆଜି ଅପରାହ୍ନରେ ବିଶ୍ୱାବସୁ ବିନାୟକ ଦାସମହାପାତ୍ର, ବିଦ୍ୟାପତି ନରସିଂହ ପତିମହାପାତ୍ର, ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ଭେଟି ନିଜ ମତ ରଖିଛନ୍ତି । ସୁଦର୍ଶନଙ୍କ ବାଡଗ୍ରାହୀ ନବକିଶୋର ପତିମହାପାତ୍ରଙ୍କ ତାଙ୍କ ସ୍ଥାନରେ ନିଜ ବଡଭାଇ ଦେବ ପତିମହାପାତ୍ରଙ୍କୁ ବ୍ରହ୍ମ ପରିବର୍ତ୍ତନ କରିବାକୁ ଛାଡିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଦର୍ଶନଙ୍କ ବ୍ରହ୍ମ ପରବର୍ତ୍ତନ ଲାଗି ନବକିଶୋର ପତିମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏ ନେଇ ଦେବ ପତିମହାପାତ୍ର ଶ୍ରୀମନ୍ଦିର ପ୍ରଶାସକଙ୍କ ନିକଟରେ ହାଜର ହୋଇ ନିଜର ମତ ରଖିଛନ୍ତି । ସେହିପରି ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ପ୍ରଶାସକ ନିକଟରେ ହାଜର ହୋଇ ମତ ରଖିଛନ୍ତି । ଓଟିଭିକୁ ପ୍ରତିକ୍ରିୟା ଦେଇ ରାମଚନ୍ଦ୍ର ଦାସମହାପାତ୍ର ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନ ଉକ୍ତ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ହୋଇଥିଲା ବୋଲି କହିଛନ୍ତି । ଆମମାନଙ୍କ ମଧ୍ୟରେ ବିବାଦ ଦେଖା ଦେବରୁ ନୀତିରେ ବିଳମ୍ବ ଘଟିଥିଲା । ବିବାଦର ସମାଧାନ ପରେ ନୀତି ଲାଗି ହୋଇ ବ୍ରହ୍ମ ପରିବର୍ତ୍ତନ କରାଯିବାରୁ ବିଳମ୍ବ ଘଟିଲା । ଏହାସହ ସେ କହିଛନ୍ତି ଯେ ଆମେ ଭୁଲ କରିଛୁ, ଏଥିପାଇଁ ଆମେ ଦୁଃଖିତ ।

ଗତ ୨୧ ତାରିଖରେ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର, ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର, ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଓ ସୁଦର୍ଶନଙ୍କ ବାଡ଼ଗ୍ରାହୀ ନବକିଶୋର ପତି ମହାପାତ୍ର ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ମତ ରଖିଥିଲେ । ନୀତିରେ ଅହେତୁକ ବିଳମ୍ୱ ଓ ବ୍ରହ୍ମ ପରିବର୍ତ୍ତନ ସମୟରେ ବିଶୃଙ୍ଖଳାକୁ ନେଇ ପକ୍ଷ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ ବାଡ଼ଗ୍ରାହୀଙ୍କ ସମେତ ୯ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପାଖରେ ଦଇତାପତି ନିଯୋଗ, ଯଜ୍ଞର ପ୍ରଧାନ ଆଚାର୍ଯ୍ୟ, ସର୍ବ ଉପଦେଷ୍ଟା ଓ ତଢ଼ଉ କରଣ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story