Advertisment

‘ଜଗନ୍ନାଥ ନୁହେଁ, ଓଡ଼ିଶା ରସଗୋଲା ନାଁରେ ଆବେଦନ ହୋଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରସଗୋଲା ନାଁରେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରାଯାଇଛି। ହେଲେ ଜଗନ୍ନାଥ ରସଗୋଲା ନାଁରେ ନୁହେଁ। କାରଣ ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ ଲାଗି ସରକାରଙ୍କ ପାଖରେ କିଛି ପ୍ରସ୍ତାବ ନାହିଁ। ବିଜେଡି ବିଧାୟକ ଭାଗିରଥୀ ବଡଜେନାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଜଗନ୍ନାଥ ରସଗୋଲା ନାଁରେ ସରକାର ପାଖରେ କିଛି ପ୍ରସ୍ତାବ ନଥିବାରୁ ଓଡ଼ିଶା ରସଗୋଲା ନାଁରେ ଓଏସଆଇସି ପକ୍ଷରୁ […]

‘ଜଗନ୍ନାଥ ନୁହେଁ, ଓଡ଼ିଶା ରସଗୋଲା ନାଁରେ ଆବେଦନ ହୋଇଛି’

Rasagolla

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରସଗୋଲା ନାଁରେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରାଯାଇଛି। ହେଲେ ଜଗନ୍ନାଥ ରସଗୋଲା ନାଁରେ ନୁହେଁ। କାରଣ ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ ଲାଗି ସରକାରଙ୍କ ପାଖରେ କିଛି ପ୍ରସ୍ତାବ ନାହିଁ।

Advertisment

ବିଜେଡି ବିଧାୟକ ଭାଗିରଥୀ ବଡଜେନାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଜଗନ୍ନାଥ ରସଗୋଲା ନାଁରେ ସରକାର ପାଖରେ କିଛି ପ୍ରସ୍ତାବ ନଥିବାରୁ ଓଡ଼ିଶା ରସଗୋଲା ନାଁରେ ଓଏସଆଇସି ପକ୍ଷରୁ ଆବେଦନ ହୋଇଛି।

ଗତ ଫେବ୍ରୁଆରୀ ୨୩ ତାରିଖରେ ଚେନ୍ନାଇ ସ୍ଥିତ ଜିଆଇ ଅଫିସ୍‌ରେ ଏ ସଂକ୍ରାନ୍ତ ଆବେଦନ କରାଯାଇଛି। ଏ ସଂପର୍କରେ ୧୪ଟି ପଏଣ୍ଟ ବିଶିଷ୍ଟ ପ୍ରଶ୍ନାବଳୀର ଉତ୍ତର ଜିଆଇ ଅଫିସ୍ ମାଗିଥିବାରୁ ଗତ ଅଗଷ୍ଟ ୧୭ ତାରିଖରେ ଏ ସଂପର୍କିତ ବିବରଣୀ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe