Advertisment

ଖୁଦୁରୁକୁଣୀ ଓଷା ପାଇଁ ଗାଧୋଇବାକୁ ଯାଇ ଭାସିଗଲେ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଖୁଦୁରୁକୁଣୀ ଓଷା ପାଇଁ ଗାଧୋଇବାକୁ ଯାଇ ବନ୍ୟା ଜଳରେ ୪ ନାବାଳିକା ଭାସିଯାଇଥିବାର ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ପକ୍ଷରେ ୩ ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବୁରୁ ସାହି ଗାଁ ନିକଟରେ ବୃତଙ୍ଗ ନଦୀରେ ଘଟିଛି ଏଭଳି ଘଟଣା। ଏହି ନଦୀରେ ଗାଧୋଇବାକୁ ଯାଇ ଭାସି ଯାଇଥିଲେ ୪ ଜଣ ନାବାଳିକା। ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି […]

ଖୁଦୁରୁକୁଣୀ ଓଷା ପାଇଁ ଗାଧୋଇବାକୁ ଯାଇ ଭାସିଗଲେ

banya

Advertisment

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଖୁଦୁରୁକୁଣୀ ଓଷା ପାଇଁ ଗାଧୋଇବାକୁ ଯାଇ ବନ୍ୟା ଜଳରେ ୪ ନାବାଳିକା ଭାସିଯାଇଥିବାର ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ପକ୍ଷରେ ୩ ଜଣଙ୍କୁ ଉଦ୍ଧାର କରାଯାଇପାରିଛି।

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବୁରୁ ସାହି ଗାଁ ନିକଟରେ ବୃତଙ୍ଗ ନଦୀରେ ଘଟିଛି ଏଭଳି ଘଟଣା। ଏହି ନଦୀରେ ଗାଧୋଇବାକୁ ଯାଇ ଭାସି ଯାଇଥିଲେ ୪ ଜଣ ନାବାଳିକା। ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି। ତେବେ ଶ୍ରଦ୍ଧାଞ୍ଜଳି ମାଝୀ ନାମରେ ଜଣେ ୧୩ ବର୍ଷ ବୟସ୍କ ନାବାଳିକାଙ୍କର ଏଥିରେ ମୃତ୍ୟୁ ହୋଇଛି।

ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ନଦୀକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା । ଏହା ସତ୍ତ୍ୱେ ନାବାଳିକାମାନେ ନଦୀକୁ କିପରି ଗଲେ ଏବଂ ନଦୀରେ ଗାଧୋଇବାକୁ କେହି ଆକଟ କରିଥିଲେ କି ନା ସେନେଇ ସୂଚନା ମିଳିପାରିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe