Advertisment

ହାଣ୍ଡିଆ ନିଶାରେ କରିଥିଲେ ନାବାଳିକା ଗଣଦୁଷ୍କର୍ମ

ବଣାଇ(ରଂଜିତ ଚୌଧୁରୀ): ହାଣ୍ଡିଆ ନିଶାରେ ଚୂର ହୋଇ କରିଥିଲେ ନାବାଳିକା ଗଣଦୁଷ୍କର୍ମ। ଏହି ମାମଲାରେ ଗିରଫ ହେଲେ ସମସ୍ତ ଅଭିଯୁକ୍ତ। ସେମାନଙ୍କ ଭିତରେ ଥିବା ୩ ନାବାଳକଙ୍କୁ ସୁଧାରଗୃହକୁ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ଶୁକ୍ରବାର ସନ୍ଧ୍ୟା ବେଳେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳର ଜଣେ ନାବଳିକା ସିଲେଇ ତାଲିମ ସାରି ଘରକୁ ସାଇକେଲରେ ଫେରୁଥିଲେ। ପିତାଗାଁ ରାସ୍ତାର ଏକ ନିଛାଟିଆ ରାସ୍ତା ଦେଇ ଆସୁଥିବା ବେଳେ ତାଙ୍କୁ ଉକ୍ତ […]

author-image
Niranjan Mishra
ଅଦ୍ୟତନ ହୋଇଛି
ହାଣ୍ଡିଆ ନିଶାରେ କରିଥିଲେ ନାବାଳିକା ଗଣଦୁଷ୍କର୍ମ

banei-case

ବଣାଇ(ରଂଜିତ ଚୌଧୁରୀ): ହାଣ୍ଡିଆ ନିଶାରେ ଚୂର ହୋଇ କରିଥିଲେ ନାବାଳିକା ଗଣଦୁଷ୍କର୍ମ। ଏହି ମାମଲାରେ ଗିରଫ ହେଲେ ସମସ୍ତ ଅଭିଯୁକ୍ତ। ସେମାନଙ୍କ ଭିତରେ ଥିବା ୩ ନାବାଳକଙ୍କୁ ସୁଧାରଗୃହକୁ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisment

ଗତ ଶୁକ୍ରବାର ସନ୍ଧ୍ୟା ବେଳେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳର ଜଣେ ନାବଳିକା ସିଲେଇ ତାଲିମ ସାରି ଘରକୁ ସାଇକେଲରେ ଫେରୁଥିଲେ। ପିତାଗାଁ ରାସ୍ତାର ଏକ ନିଛାଟିଆ ରାସ୍ତା ଦେଇ ଆସୁଥିବା ବେଳେ ତାଙ୍କୁ ଉକ୍ତ ୫ ଅଭିଯୁକ୍ତ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ।ଏହି ସମୟରେ ଜଣେ ବ୍ୟକ୍ତି ଚାଲି ଆସିବାରୁ ଅଭିଯୁକ୍ତମାନ ଘଟଣାସ୍ଥଳ ଛାଡି ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ପୀଡିତାଙ୍କୁ ଉଦ୍ଧାର କରି ଘରେ ଛାଡିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।

ଏନେଇ ବଣେଇ ଏସଡିପିଓ ସୌରବ ଓତା କହିଛନ୍ତି, ଏତଲାକୁ ଭିତି କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଶେଷରେ ଅଭିଯୁକ୍ତମାନଙ୍କୁ ଦର୍ଜିଂ, ଲଧୁଣି, ସଲେଇପଲି ଅଞ୍ଚଳରୁ ଧରାଯାଇଥିଲା। ସମସ୍ତ ଅଭିଯୁକ୍ତ ଗୋଟିଏ ସ୍ଥାନରେ ବସି ହାଣ୍ଡିଆ ପିଇବା ପରେ ନିଶାରେ ଚୂର ହୋଇ ମାଛ ମାରିବାକୁ ଯାଉଥିଲେ। ଏହି ସମୟରେ ବାଟରେ ପୀଡିତାଙ୍କୁ ଏକୁଟିଆ ପାଇ ନିକଟ ଜଙ୍ଗଲକୁ ଉଠାଇ ନେଇଥିଲେ। ସେଠାରେ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ନାବାଳକଙ୍କ ବାଦ୍ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଚାନ୍ଦିପୋଷ ଥାନା ପିତାଗାଁର ସୁଖଦେବ ଏକା ଏବଂ ଲହୁଣୀପଡା ଥାନା ଦର୍ଜିଂର ସମରା ଓରାମ l

Advertisment