/odisha-reporter/media/post_attachments/uploads/2022/08/girl-3.jpg)
girl
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଂଚଳରେ ଚାଂଚଲ୍ୟ । ଗାଇସିଲେଟ ଥାନା ନିକଟବର୍ତ୍ତି ଏକ ନାଳରୁ ଜଣେ ନାବାଳିକାଙ୍କୁ ଗୋଡ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଛି।
Advertisment
ଗତକାଲି ଠାରୁ ସେ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ ଗାଇସିଲେଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ହାତଗୋଡ ବନ୍ଧା ଅବସ୍ଥାରେ ନାବାଳିକାଙ୍କ ଗାଁ ନିକଟସ୍ଥ ମଇଦାନୁମୁଣ୍ଡା ନାଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା ।
କେହି ତାଙ୍କୁ ଅପହରଣ କରି ନେଇ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ। ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ଗାଇସିଲେଟ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
