Advertisment

ହଷ୍ଟେଲ୍ ରୁମ୍‌ର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ତଥା ମନ୍ତନ୍ତୁଦ ଘଟଣା ଘଟିଛି। ଏଠାକାର ଏକ ଛାତ୍ରୀ ନିବାସ ବା ଗାର୍ଲସ ହଷ୍ଟେଲ୍‌ରେ ଜଣେ ଛାତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଛତିଆରେ। ଏଠାକାର ଏକ ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଛାତ୍ରୀଙ୍କ ନାଁ ଭାଗ୍ୟଶ୍ରୀ ସାହାଣୀ ଓ ତାଙ୍କ ଘର ମଙ୍ଗଳପୁର ଥାନା ଅନ୍ତର୍ଗତ ଇଛାପୁର […]

ଅଦ୍ୟତନ ହୋଇଛି
ହଷ୍ଟେଲ୍ ରୁମ୍‌ର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ

6

Advertisment

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ତଥା ମନ୍ତନ୍ତୁଦ ଘଟଣା ଘଟିଛି। ଏଠାକାର ଏକ ଛାତ୍ରୀ ନିବାସ ବା ଗାର୍ଲସ ହଷ୍ଟେଲ୍‌ରେ ଜଣେ ଛାତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି।

Advertisment

ଘଟଣାଟି ଘଟିଛି ଛତିଆରେ। ଏଠାକାର ଏକ ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଛାତ୍ରୀଙ୍କ ନାଁ ଭାଗ୍ୟଶ୍ରୀ ସାହାଣୀ ଓ ତାଙ୍କ ଘର ମଙ୍ଗଳପୁର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ବୋଲି ଜଣାପଡିଛି। ସେ ଟାଙ୍ଗିସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତତିନି ଶ୍ରେଣୀରେ ପାଠ ପଢୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଆଜି କଲେଜ ନଯାଇ ଏକୁଟିଆ ତାଙ୍କ ହଷ୍ଟେଲ୍ ରୁମ୍‌ରେ ଥିଲେ। ସନ୍ଧ୍ୟାରେ ତାଙ୍କ ସହପାଠୀ ଫେରିବା ପରେ ଭିତରପଟୁ ରୁମ୍‌ ବନ୍ଦ ଥିବା ଦେଖିବାକୁ ପାଇଥିଲେ। କବାଟ ବାଡ଼େଇଲେ ବି କେହି ଖୋଲି ନଥିଲେ।

Advertisment

ଫଳରେ ଏ ସଂପର୍କରେ ସେ ହଷ୍ଟେଲ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ। ହଷ୍ଟେଲ୍‌ର ଅନ୍ତେବାସୀ ମଧ୍ୟ ସେତେବେଳକୁ ଉତ୍କଣ୍ଠିତ ଅବସ୍ଥାରେ ଥିଲେ। କର୍ତୃପକ୍ଷ କବାଟ ଭାଙ୍ଗିବା ପରେ ଛାତ୍ରୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହା ଦେକି ହଷ୍ଟେଲ୍ କର୍ତୃପକ୍ଷ ପୋଲିସକୁ ଖବର ଦେବା ସହ ମୃତ ଛାତ୍ରୀର ପରିବାରକୁ ଜଣାଇଥିଲେ।

ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ଛାତ୍ରୀ ଜଣକ କାହିଁକି ଏବଂ କେଉଁ ପରିସ୍ଥିତିରେ ଏପରି ଏକ ନିଷ୍ପତ୍ତି ନେଲେ, କିମ୍ବା ତାଙ୍କୁ ଏଥିପାଇଁ କିଏ ବାଧ୍ୟ କଲା ତାହା ଏବେବି ରହସ୍ୟରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe