/odisha-reporter/media/post_attachments/uploads/2019/09/student-suicid.jpg)
student-suicid
ବଲାଙ୍ଗିର/କଳାହାଣ୍ଡି (ଘଟେଶ୍ୱର/ରାଜକୁମାର): ଘରକୁ ଫେରିବା ପାଇଁ ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ ଜଣେ ଛାତ୍ରୀ। ଠିକ୍ ଏହି ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କୁ କମେଣ୍ଟ ମାରିଥିଲେ। ଏପରିକି ମାଡ଼ ମାରିଥିଲେ। ଯେଉଁଥିପାଇଁ ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରେ।
ପରିବାର ଲୋକଙ୍କ କହିବା ଅନୁସାରେ, ଅଳତାରା ଗାଁର କବିତା ପଧାନ ମଦନପୁର-ରାମପୁର ସରକାରୀ କଲେଜର ଯୁକ୍ତ ୩ର ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିଲେ। ସବୁଦିନ ପରି ସେ ଗତକାଲି କଲେଜ ଯାଇଥିଲେ। କ୍ଲାସ୍ ସାରି ଘରକୁ ଫେରିବା ପାଇଁ ମଦନପୁର-ରାମପୁର ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ। ଏହି ସମୟରେ ଶେରଗଡ଼ ଗାଁର ଯୁବକ ଆସି କବିତାଙ୍କୁ କମେଣ୍ଟ ମାରିଥିଲେ। ଏପରିକି ସମସ୍ତଙ୍କ ସମ୍ମୁଖରେ କବିତାଙ୍କୁ ମାଡ଼ ମାରିଥିଲେ। ଏହି ଅପମାନ ସହି ପାରିନଥିଲେ କବିତା। ତେଣୁ ସେ ବିଷ ପିଇ ଦେଇଥିବା ଅଭଯୋଗ ହୋଇଛି। ଫଳରେ ଚେତା ହରାଇ ବସ୍ଷ୍ଟାଣ୍ଡରେ ପଡ଼ି ଯାଇଥିଲେ।
ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଅନ୍ୟ ଲୋକମାନେ କବିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଦନପୁର-ରାମପୁର ମେଡିକାଲ୍ରେ ଭର୍ତ୍ତି କରିଥିଲେ। କବିତାଙ୍କ ପାଖରୁ ଗୋଟିଏ ବିଷ ବୋତଲ ମଧ୍ୟ ଜବତ କରିଥିଲେ। ତେବେ କବିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବାନୀପାଟଣା ମେଡିକାଲ୍ ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ୱିତ ରାତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
