Advertisment

ମ୍ୟାଟ୍ରିକ ରେଜଲ୍ଟ; ପୁଅଙ୍କୁ ପଛରେ ପକାଇଲେ ଝିଅ

କଟକ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମ୍ୟାଟ୍ରିକ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଆଉ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୮୧.୯୮% ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୭୭.୮%। ଅନ୍ୟପକ୍ଷରେ ମୋଟ ପାସ୍ ହାର ୭୮.୭୬% ରହିଛି। ବହୁ ବାଧାବିଘ୍ନ ମଧ୍ୟରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ବାହାରିଛି। ତେବେ ଏହା ବେଶ୍‌ ଉତ୍ସାହଜନକ ରହିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମ୍ୟାଟ୍ରିକ […]

author-image
Niharika Rout
ଅଦ୍ୟତନ ହୋଇଛି
‘୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ଓ ୩୧ ପୂର୍ବରୁ ପ୍ରକାଶ ପାଇବ କଳାର ରେଜଲ୍ଟ’

_students-

କଟକ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମ୍ୟାଟ୍ରିକ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଆଉ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୮୧.୯୮% ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୭୭.୮%। ଅନ୍ୟପକ୍ଷରେ ମୋଟ ପାସ୍ ହାର ୭୮.୭୬% ରହିଛି।

Advertisment

ବହୁ ବାଧାବିଘ୍ନ ମଧ୍ୟରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ବାହାରିଛି। ତେବେ ଏହା ବେଶ୍‌ ଉତ୍ସାହଜନକ ରହିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମ୍ୟାଟ୍ରିକ ପାସ୍ ହାର ବେଶ୍‌ ଭଲ ହୋଇଛି। ଗତ ବର୍ଷ ପାସ୍ ହାର ୭୦.୭୮% ରହିଥିଲା।

ସେହିଭଳି ଗତ ବର୍ଷ ୮୨ଟି ସ୍କୁଲରେ କେହି ଛାତ୍ରଛାତ୍ରୀ ପାସ୍‌ କରି ନ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୧କୁ ଖସି ଆସିଛି ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Advertisment
Matric Result