Advertisment

ନିର୍ଯାତନାର ଶିକାର ୮ ଯୁବତୀ ବେଙ୍ଗାଲୁରୁରୁ ଉଦ୍ଧାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗଣମାଧ୍ୟମରେ ଖବର ପ୍ରସାରଣ ପରେ ନିର୍ଯାତନାର ଶିକାର ୮ ଜଣ ଯୁବତୀ ବେଙ୍ଗାଲୁରୁରୁ ଉଦ୍ଧାର ହୋଇ ବଲାଙ୍ଗିରରେ ପହଞ୍ଚିଛନ୍ତି। ଆଜି ଯୁବତୀମାନେ ୟଶବନ୍ତପୁର- ଟାଟାନଗର ଟ୍ରେନ୍‌ରେ ବଲାଙ୍ଗିର ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଯୁବତୀମାନେ ଡିଡିୟୁଜିକେୟୁ ତାଲିମ କେନ୍ଦ୍ରକୁ ଯାଇ ବର୍ଷିଥିଲେ।  ସେମାନଙ୍କୁ  ଶୀଘ୍ର ବଲାଙ୍ଗିରରେ ନିଯୁକ୍ତି ଯୋଗାଇ ଦେବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ସୂଚନା ଅନୁସାରେ, ବଲାଙ୍ଗିର ସହରର ମାଳପଡ଼ାଠାରେ ଥିବା ଡିଡିୟୁଜିକେୟୁ ସେଣ୍ଟରରେ ବେକାର ଯୁବକ ଯୁବତୀମାନଙ୍କୁ ୬ମାସର ତାଲିମ […]

author-image
Jyoshna Pradhan
ନିର୍ଯାତନାର ଶିକାର ୮ ଯୁବତୀ ବେଙ୍ଗାଲୁରୁରୁ ଉଦ୍ଧାର

bolangir

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗଣମାଧ୍ୟମରେ ଖବର ପ୍ରସାରଣ ପରେ ନିର୍ଯାତନାର ଶିକାର ୮ ଜଣ ଯୁବତୀ ବେଙ୍ଗାଲୁରୁରୁ ଉଦ୍ଧାର ହୋଇ ବଲାଙ୍ଗିରରେ ପହଞ୍ଚିଛନ୍ତି। ଆଜି ଯୁବତୀମାନେ ୟଶବନ୍ତପୁର- ଟାଟାନଗର ଟ୍ରେନ୍‌ରେ ବଲାଙ୍ଗିର ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଯୁବତୀମାନେ ଡିଡିୟୁଜିକେୟୁ ତାଲିମ କେନ୍ଦ୍ରକୁ ଯାଇ ବର୍ଷିଥିଲେ।  ସେମାନଙ୍କୁ  ଶୀଘ୍ର ବଲାଙ୍ଗିରରେ ନିଯୁକ୍ତି ଯୋଗାଇ ଦେବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

Advertisment

ସୂଚନା ଅନୁସାରେ, ବଲାଙ୍ଗିର ସହରର ମାଳପଡ଼ାଠାରେ ଥିବା ଡିଡିୟୁଜିକେୟୁ ସେଣ୍ଟରରେ ବେକାର ଯୁବକ ଯୁବତୀମାନଙ୍କୁ ୬ମାସର ତାଲିମ ଦେବା ପରେ  ଭୁବନେଶ୍ୱରର ପ୍ଲେସ୍‌ମେଣ୍ଟ ଟିମ୍‌ ବାଙ୍ଗାଲୁରୁକୁ ପଠାଇଥିଲା। ହେଲେ ଫେବ୍ରୁଆରୀ ୨୯ ତାରିଖରେ ବେଙ୍ଗାଲୁରୁରୁ ଯାଇଥିବା ୮ ଜଣ ଯୁବତୀ ଏକ ଭିଡିଓ ମାଧ୍ୟମରେ  ସେମାନଙ୍କୁ ସେଠାରେ ୧୨ରୁ ୧୪ ଘଣ୍ଟା କାମ କରାଉଥିବା, ପାଉଣା ଦିଆଯାଉଥିବା, ଖାଇବାକୁ ଦିଆଯାଉ ନଥିବା ଅଭିଯୋଗ କରିଥିଲେ।

ଏନେଇ ଖବର ପ୍ରସାରଣ ପରେ  ସେହିଦିନ ଓଡ଼ିଶା ଶ୍ରମ କମିଶନର କର୍ଣ୍ଣାଟକ କମିଶନରଙ୍କୁ ଚିଠି ଲେଖିଥିଲେ। ଏହାପରେ  କର୍ଣ୍ଣାଟକ ଶ୍ରମ କମିଶନର ଯୁବତୀମାନଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗର ସହାୟତାରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।

Advertisment

ଏହି ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ଜିଲ୍ଲା ଶ୍ରମ ନିରୀକ୍ଷକ କହିଛନ୍ତି।