Advertisment

ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟ ଉଦ୍‌ଘାଟିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ‘ଉତ୍କଳ ରଙ୍ଗମଞ୍ଚ’ ଆଜି ମାନ୍ୟବର ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘ ୧୦ ବର୍ଷ ଧରି ଇଡ୍‌କୋ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଅତ୍ୟାଧୁନିକ ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଥିବା ପ୍ରାୟ ୨୦୦ ଆସନ ଯୁକ୍ତ ଶୀତତାପ ନିୟନ୍ତ୍ରିତ ଏହି […]

ଅଦ୍ୟତନ ହୋଇଛି
ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟ ଉଦ୍‌ଘାଟିତ

111

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ‘ଉତ୍କଳ ରଙ୍ଗମଞ୍ଚ’ ଆଜି ମାନ୍ୟବର ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

Advertisment

hall

ଦୀର୍ଘ ୧୦ ବର୍ଷ ଧରି ଇଡ୍‌କୋ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଅତ୍ୟାଧୁନିକ ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଥିବା ପ୍ରାୟ ୨୦୦ ଆସନ ଯୁକ୍ତ ଶୀତତାପ ନିୟନ୍ତ୍ରିତ ଏହି ପ୍ରେକ୍ଷାଳୟ ଅତ୍ୟନ୍ତ ଉଚ୍ଚମାନର ହୋଇଛି। ମଞ୍ଚଟି ଅତି ଚମତ୍କାର ହୋଇଛି ବୋଲି ସମସ୍ତେ ମନ୍ତବ୍ୟ ଦେବା ସହିତ ରାଜ୍ୟ ସଂସ୍କୃତି ଏବଂ କଳାର ପ୍ରଚାର ଏବଂ ପ୍ରସାର ଦିଗରେ ଏହା ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ମତ ପୋଷଣ କରିଥିଲେ।

publive-image

ଏହି ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନସଚିବ ଡ. ବିଜୟ କୁମାର ନାୟକ, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସଂଗୀତା ଗୋସାଇଁ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର କମଳ କାନ୍ତ ମିଶ୍ର, କୁଳ ସଚିବ ଡକ୍ଟର୍‌ ସୁମନ୍‌ ଦାସ, ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ଅରୁଣା ମହାନ୍ତି (ପଦ୍ମଶ୍ରୀ), ସ୍ଥାନୀୟ କର୍ପୋରେଟର୍‌ ଶ୍ରୀମତୀ ଭାରତୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe