ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଅଗ୍ନି ସିରିଜର ଆଉ ଏକ ମିଶାଇଲର ସଫଳ ବ୍ୟବହାରିକ ପରୀକ୍ଷଣ ସୋମବାର ହୋଇଛି। ଅଗ୍ନି-୧ ପ୍ରାଇମ ନାମରେ ନାମିତ ଏହି ମିଶାଇଲ୍ର ବ୍ୟବହାରିକ ପରୀକ୍ଷଣ ଚାନ୍ଦିପୁର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ୧୦ଟା ୫୫ ମିନିଟ୍ରେ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ଦେଢ଼ ହଜାର କିଲୋମିଟର ରହିଛି ।
ଅଗ୍ନି-୧ ପ୍ରାଇମ ମିଶାଇଲ୍ ଅଗ୍ନି-୧ର ଏକ ଉନ୍ନତ ସଂସ୍କରଣ। ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି-୧ ପ୍ରାଇମ୍ ଅଗ୍ନି-୪ ଏବଂ ଅଗ୍ନି-୫ ମିଶାଇଲ।
DRDO successfully flight tests New Generation Agni P Ballistic Missile https://t.co/vEPsqyfUpG pic.twitter.com/XoYPGiwEpR
— DRDO (@DRDO_India) June 28, 2021
। ଏହା ଭୂପୃଷ୍ଠ କ୍ଷେପଣାସ୍ତ୍ରର ଏକ ପୃଷ୍ଠ ଯାହାକି ପ୍ରାୟ ହଜାରେ କେଜି କିମ୍ବା ଆଣବିକ ଯୁଦ୍ଧ ହେଡ୍ ଧାରଣ କରିପାରିବ | ଆଧୁନିକ ଜ୍ଞାନକୌଶଳ ଆଧାରରେ ଏହି ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ତିନି ମାସ ଧରି ପରୀକ୍ଷଣ ବନ୍ଦ ରଖିଥିବା ଡିଆରଡିଓ ପୁଣିଥରେ ସକ୍ରିୟ ହୋଇଛି।
ଅଗ୍ନି ପ୍ରାଇମ୍ର ସଫଳ ପରୀକ୍ଷଣ ପରେ ଡିଆରଡିଓ ଇଣ୍ଡିଆ ଟିମ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
Congratulate @DRDO_India on the successful flight testing of next generation Ballistic Missile Agni P from Dr APJ Abdul Kalam Island off the coast of #Odisha. #DRDO#AGNI
— Naveen Patnaik (@Naveen_Odisha) June 28, 2021