Advertisment

GNM EXAM : ଭାରତ ବନ୍ଦ ପାଇଁ ଜିଏନଏମ୍ ବାର୍ଷିକ ପରୀକ୍ଷା ସ୍ଥଗିତ

କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ଓ ବ୍ୟାଙ୍କିଙ୍ଗ୍ ମହାସଂଘଗୁଡ଼ିକ ପକ୍ଷରୁ ଆସନ୍ତାକାଲି ୧୨ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଛନ୍ତି ।

author-image
Prakaash Sethi
GNM

File Photo

ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଜିଏନଏମ ବାର୍ଷିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଶା ନର୍ସ ଆଣ୍ଡ ମିଡୱାଇଫ୍ ପରୀକ୍ଷା ବୋର୍ଡ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏନେଇ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ଓ ବ୍ୟାଙ୍କିଙ୍ଗ୍ ମହାସଂଘଗୁଡ଼ିକ ପକ୍ଷରୁ ଆସନ୍ତାକାଲି ୧୨ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଛନ୍ତି ।

Advertisment

୧୬ତାରିଖକୁ ଘୁଂଚିଲା ପରୀକ୍ଷା

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଆସନ୍ତାକାଲି ଅର୍ଥାତ୍ ଫେବୃୟାରୀ ୧୨ତାରିଖରେ ହେବାକୁ ଥିବା ଜିଏନଏମ ଦ୍ୱିତୀୟ ବର୍ଷର ତୃତୀୟ ପେପର ‘ମେଂଟାଲ ହେଲଥ ନର୍ସିଂ’ ପରୀକ୍ଷାକୁ ସ୍ଥଗିତ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀମାନେ ଯେଭଳି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବା ସଂକ୍ରାନ୍ତରେ ଆଜି ବିଧିବଦ୍ଧ ନୋଟିସ୍ ଜାରି କରାଯାଇଛି ।

ନୂଆ ପରୀକ୍ଷା କାର୍ଯ୍ୟସୂଚୀ

ସ୍ଥଗିତ ରଖାଯାଇଥିବା ଏହି ‘ମେଣ୍ଟାଲ ହେଲଥ ନର୍ସିଂ’ ପରୀକ୍ଷା ଆସନ୍ତା ୧୬ତାରିଖରେ  ଅନୁଷ୍ଠିତ ହେବ । ଏହି ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ସଂଶ୍ଲୀଷ୍ଟ କର୍ତ୍ତୃପକ୍ଷ ଓ ପରୀକ୍ଷାର୍ଥୀମାନଙ୍କ ଅବଗତ ନିମନ୍ତେ ଯୁଗ୍ମ ଡିଏମଇଟି ତଥା ଓଡ଼ିଶା ନର୍ସ ଆଣ୍ଡ ମିଡୱାଇଫ୍ ପରୀକ୍ଷା ବୋର୍ଡ ଆବାହକ ସୂଚନା ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ, ଜିଏନଏମ ବାର୍ଷିକ ପରୀକ୍ଷା ଫେବୃୟାରୀ ୩ରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲିର ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ସରକାରୀ କର୍ମଚାରୀଙ୍କ ଅଫିସ୍ ଆସିବା ନିମନ୍ତେ ପରାମର୍ଶନାମା ଜାରି କରିଛନ୍ତି । ଏହି ଧର୍ମଘଟକୁ ବିରୋଧୀ ବିଜେଡି ସମେତ କଂଗ୍ରେସ ଓ ବାମଦଳ ସମର୍ଥନ ଦେଉଥିବାରୁ ଏହାର ପ୍ରଭାବ ରାଜ୍ୟବ୍ୟାପୀ ଅନୁଭୂତ ହେବାର ଆଶଙ୍କା ରହିଛି ।