Advertisment

ସ୍ଥାୟୀ ନିଯୁକ୍ତି ସହ ୩ ଦଫା ଦାବିରେ ଆନ୍ଦୋଳନରତ ଗୋମିତ୍ର ମହାସଂଘର ଦୁଇ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: କୃଷୀମନ୍ତ୍ରୀଙ୍କ ବାସଭବନଠାରୁ କିଛି ଦୂରରେ ଗୋ-ମିତ୍ର ମହାସଂଘର ଦୁଇଜଣ ସଦସ୍ୟ ଦେହରେ କିରୋସିନ୍ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିବା ସହ ଅଟକ ରଖିଛନ୍ତି। ସ୍ଥାୟୀ ନିଯୁକ୍ତି ସହ ୩ ଦଫା ଦାବିରେ ୪ଦିନ ହେବ ଭୁବନେଶ୍ୱରର ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆଜି ମହାସଂଘର ସଦସ୍ୟମାନେ ବିକ୍ଷୋଭ ସ୍ଥଳରୁ କୃଷିମନ୍ତ୍ରୀଙ୍କ ବାସଭବନ ଆଡକୁ ଶୋଭାଯାତ୍ରାରେ ଯାଇଥିଲେ। ବାରିକେଡ୍ ପାଖରେ ପହଞ୍ଚିବା ପରେ ସେମାନେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସ୍ଥାୟୀ ନିଯୁକ୍ତି ସହ ୩ ଦଫା ଦାବିରେ ଆନ୍ଦୋଳନରତ ଗୋମିତ୍ର ମହାସଂଘର ଦୁଇ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

go-mitra-mahasanga

ଭୁବନେଶ୍ୱର: କୃଷୀମନ୍ତ୍ରୀଙ୍କ ବାସଭବନଠାରୁ କିଛି ଦୂରରେ ଗୋ-ମିତ୍ର ମହାସଂଘର ଦୁଇଜଣ ସଦସ୍ୟ ଦେହରେ କିରୋସିନ୍ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିବା ସହ ଅଟକ ରଖିଛନ୍ତି।

Advertisment

ସ୍ଥାୟୀ ନିଯୁକ୍ତି ସହ ୩ ଦଫା ଦାବିରେ ୪ଦିନ ହେବ ଭୁବନେଶ୍ୱରର ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆଜି ମହାସଂଘର ସଦସ୍ୟମାନେ ବିକ୍ଷୋଭ ସ୍ଥଳରୁ କୃଷିମନ୍ତ୍ରୀଙ୍କ ବାସଭବନ ଆଡକୁ ଶୋଭାଯାତ୍ରାରେ ଯାଇଥିଲେ। ବାରିକେଡ୍ ପାଖରେ ପହଞ୍ଚିବା ପରେ ସେମାନେ କଷିମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଛାଡିବାକୁ ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାର କିଛି ସମୟ ପରେ ମହାସଂଘର ଦୁଇଜଣ କର୍ମଚାରୀ ବ୍ୟାଗରେ ଆଣିଥିବା କିରୋସିନ ଢାଳି ହୋଇ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରି ନେଇଥିଲେ।

ପରେ ମହାସଂଘ ସହ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଲୋଚନା କରିଛନ୍ତି। ଶୀଘ୍ର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ମହାସଂଘ ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। ଏ ନେଇ କୃଷିମନ୍ତ୍ରୀ ମହାରଥୀ କହିଛନ୍ତି, ସଂଘର ଦାବି ଉପରେ ଆସନ୍ତା ୨୨ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ଆଲୋଚନା କରାଯାଇ ଯାହା କିଛି ନିଷ୍ପତ୍ତି ନିଆଯିବ।

Advertisment