Advertisment

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଓଏଚ୍‌ଆରସି ମାଗିଲେ ରିପୋର୍ଟ

ବଲାଙ୍ଗୀର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଜେଲ ଭିତରେ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ। କଣ୍ଟାବାଞ୍ଜି ପୁଲିସ ହାତରୁ ଏହାର ତଦନ୍ତ ଭାର ନେବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲିକଙ୍କୁ ନେଇ ଗଠିତ ୪ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍ ମାମଲାର ତଦନ୍ତ କରିବ। ଏହି ସମୟରେ ଉକ୍ତ ଟିମ୍‌କୁ ସାଇବର ଏକ୍ସପର୍ଟ ଓ ରାଜ୍ୟ […]

ଅଦ୍ୟତନ ହୋଇଛି
ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଓଏଚ୍‌ଆରସି ମାଗିଲେ ରିପୋର୍ଟ

gobi

Advertisment

ବଲାଙ୍ଗୀର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଜେଲ ଭିତରେ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ।

Advertisment

କଣ୍ଟାବାଞ୍ଜି ପୁଲିସ ହାତରୁ ଏହାର ତଦନ୍ତ ଭାର ନେବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲିକଙ୍କୁ ନେଇ ଗଠିତ ୪ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍ ମାମଲାର ତଦନ୍ତ କରିବ। ଏହି ସମୟରେ ଉକ୍ତ ଟିମ୍‌କୁ ସାଇବର ଏକ୍ସପର୍ଟ ଓ ରାଜ୍ୟ ପୁଲିସର ଅଧିକାରୀଙ୍କୁ ନେଇ ଗଠିତ ୧୦ ଜଣିଆ ଟିମ୍‌ ସହାୟତା କରିବେ। ଗୋବିନ୍ଦଙ୍କ ମୃତ୍ୟୁ ନେଇ କଣ୍ଟାବାଞ୍ଜି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା କରିଛନ୍ତି ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ଓ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଏବଂ ବଲାଙ୍ଗିର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହା ଭିତରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କଣ୍ଟାବାଞ୍ଜି ଜେଲରଙ୍କ ନାଁରେ କିଛି ଅଭିଯୋଗ ଥିବାରୁ ସମ୍ବଲପୁର ରେଞ୍ଜ୍ ଜେଲ୍ ଡିଆଇଜି ଅନସୂୟା ଜେନା ୪ ଦିନ ତଳେ ସେଠାକୁ ଯାଇଥିଲେ। ସେ ଜେଲରେ ସ୍ଥିତି ତଦାରଖ କରିବା ସହ କଏଦୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ଅନ୍ତେବାସୀ ଭଳି ଗୋବିନ୍ଦଙ୍କ ସହ ବି ଡିଆଇଜି କଥା ହୋଇଥିବା ସୂଚନା ମିଳିଛି।

ସୂଚନା ଥାଉକି, ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲ ଭିତରେ ଗୋବିନ୍ଦ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଜେଲ୍ ପରିସରରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଚି ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆଜି ସେ କୋର୍ଟରେ ହାଜର ହେବାର ଥିଲା। କିନ୍ତୁ ତା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ମୃତ୍ୟୁକୁ ନେଇ ଏବେ ଉଠିଛି ବହୁ ପ୍ରଶ୍ନ। ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ।

Govinda Sahu Suicide Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe