Advertisment

High Court Judgement: ଗୋଲକ ମହାପାତ୍ରଙ୍କୁ ଆଶ୍ୱସ୍ତି; ଭିଜିଲାନ୍ସ ମାମଲା ରଦ୍ଦ କଲେ ହାଇକୋର୍ଟ

ବିଜେପି ନେତା ଗୋଲକ ମହାପାତ୍ରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରଦ୍ଦ କଲେ ହାଇକୋର୍ଟ। ଗୋଲକଙ୍କ ବିରୋଧରେ ବିଚାରାଧୀନ  ୨୦୧୦ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

Golaka Mohapatra
Advertisment

ବିଜେପି ନେତା ଗୋଲକ ମହାପାତ୍ରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରଦ୍ଦ କଲେ ହାଇକୋର୍ଟ। ଗୋଲକଙ୍କ ବିରୋଧରେ ବିଚାରାଧୀନ  ୨୦୧୦ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୦୮-୨୦୧୦ ଆର୍ଥିକ ବର୍ଷରେ ଅନିୟମିତତା ଅଭିଯୋଗ ଆଧାରରେ ୨୦୧୦ରେ ଭିଜିଲାନ୍ସ ଏହି ମାମଲା ରୁଜୁ କରିଥିଲା। ଏତଲା ପଞ୍ଜୀକରଣର ତିନି ବର୍ଷ ପରେ ଆବେଦନକାରୀଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିଥିବା ବେଳେ ଏହାର ୯ ବର୍ଷ ପରେ  ଚାର୍ଜଫ୍ରେମ ହୋଇଥିଲା। 

Advertisment

ତଦନ୍ତ ଠାରୁ ଆରମ୍ଭ କରି ଚାର୍ଜଫ୍ରେମ, ଟ୍ରାଏଲରେ ହୋଇଥିବା ବିଳମ୍ବ ଓ ଦେଢ ଦଶନ୍ଧି ଧରି ମାମଲା ବିଚାରାଧୀନ ରହିବା ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ଶ୍ରୀ ମହାପାତ୍ରଙ୍କ ବିରୋଧରେ ଭୁବନେଶ୍ବର ତୃତୀୟ ଦୌରା ଜଜଙ୍କ ଅଦାଲତରେ ବିଚାରଧୀନ ଭିଜିଲାନ୍ସ ମାମଲାକୁ ରଦ୍ଦ କରିଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୋଲକ ପ୍ରସାଦ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

୨୦୦୮-୦୯ ଓ ୨୦୦୯-୧୦ ଆର୍ଥିକ ବର୍ଷରେ ଓସିସିଏଫ ପକ୍ଷରୁ କୋଇଲା ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। ଏମଏସଏମଇଙ୍କ ପାଇଁ ଥିବା କୋଇଲା ଓସିସିଏଫ ବିକ୍ରି କରିବା ବେଳେ ବ୍ୟାପକ ଆର୍ଥିକ ଅନିୟମିତା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଭୁବନେଶ୍ବର ଭିଜିଲାନ୍ସ  ପକ୍ଷରୁ ୨୦୧୦ରେ ଏତଲା ପଞ୍ଜୀକରଣ କରାଯାଇଥିଲା। ଓସିସିଏଫ ସଭାପତି, ଏମଡି, ନିଯୁକ୍ତ ଏଜେଣ୍ଟ ଓ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରିଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ସେତେବେଳର ଓସିସିଏଫ ସଭାପତି ଶ୍ରୀ ମହାପାତ୍ରଙ୍କ ବିରୋଧରେ ଏହି ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe