Advertisment

Gold Price: ପୁଣି ଖସିଲା ସୁନା ଓ ରୁପା ଦର

ସୁନା ଭଳି ରୁପା ଦର ହ୍ରାସ ପାଇଛି। ଆଜି ରୁପା କେଜି ପ୍ରତି ଦରରେ ୨୦ ହଜାର ଟଙ୍କା ହ୍ରାସ ପାଇଛି। ଫଳରେ ଏହା ୨ ଲକ୍ଷ ୮୦ ହଜାର ଟଙ୍କାକୁ ହ୍ରାସ ପାଇଛି। ଜାନୁଆରୀ ୨୯ ତାରିଖରେ ରୁପା କେଜି ପ୍ରତି ଦର ଏକା ଥରକେ ୨୫ ହଜାର ଟଙ୍କା ବଢ଼ି ୪ ଲକ୍ଷ ୨୫ ହଜାର ଟଙ୍କା ହୋଇଯାଇଥିଲା।

Gold
Advertisment

ଜାନୁଆରୀ ୨୯ ତାରିଖରେ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିବା ପରେ ୫ ଦିନ ହେଲାଣି ଏହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ପୁଣି ସୁନା ଦର ହ୍ରାସ ପାଇଛି।

Advertisment

ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦାମ୍ ୧୪୨୦ ଟଙ୍କା ହ୍ରାସ ପାଇଛି। ଫଳରେ ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦାମ୍ ୧ ଲକ୍ଷ ୫୩ ହଜାର ୧୭୦ ଟଙ୍କା ଥିବା ବେଳେ ଆଜି ଏହା ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କା ହୋଇଛି। ଅର୍ଥାତ୍ ଆଜି ୧ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୧୫ ହଜାର ୧୭୫ ଟଙ୍କା ରହିଛି।

ସେହିପରି ଭୁବନେଶ୍ୱରରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ଦାମ୍ ୧୩୦୦ ଟଙ୍କା ହ୍ରାସ ପାଇଛି। ଫଳରେ ଗତକାଲି ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୪୦ ହଜାର ୪୦୦ ଟଙ୍କା ରହିଥିବା ବେଳେ ଆଜି ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ରହିଛି। ଅର୍ଥାତ୍ ୧ ଗ୍ରାମ ୨୨ କ୍ୟାରେଟ ସୁନାର ଦାମ ୧୮ ହଜାର ୯୧୦ ଟଙ୍କା ରହିଛି। 

Advertisment

୧୮ କ୍ୟାରେଟ ସୁନାର ଦର ମଧ୍ୟ ହ୍ରାସ ପାଇଛି। ୧୦ ଗ୍ରାମ ୧୮ କ୍ୟାରେଟ ସୁନାର ଦରରେ ୧୦୭୦ ଟଙ୍କା ହ୍ରାସ ପାଇଛି। ଗତକାଲି ଏହି ଦର ୧ ଲକ୍ଷ ୧୪ ହଜାର ୮୮୦ ଟଙ୍କା ରହିଥିବା ବେଳେ ଆଜି ୧ ଲକ୍ଷ ୧୩ ହଜାର ୮୧୦ ଟଙ୍କା ରହିଛି। ଅର୍ଥାତ୍ ୧ ଗ୍ରାମ ୧୮ କ୍ୟାରେଟ ସୁନାର ଦାମ ୧୧ ହଜାର ୩୮୧ ଟଙ୍କା ରହିଛି। 

ଜାନୁଆରୀ ୨୯ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ଭୁବନେଶ୍ୱରରେ ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାରେ ପହଞ୍ଚି ଯାଇଥିଲା। ସେହିପରି ଏହି ଦିନ ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କାରେ ପହଞ୍ଚି ଯାଇଥିଲା।

ସୁନା ଭଳି ରୁପା ଦର ହ୍ରାସ ପାଇଛି। ଆଜି ରୁପା କେଜି ପ୍ରତି ଦରରେ ୨୦ ହଜାର ଟଙ୍କା ହ୍ରାସ ପାଇଛି। ଫଳରେ ଏହା ୨ ଲକ୍ଷ ୮୦ ହଜାର ଟଙ୍କାକୁ ହ୍ରାସ ପାଇଛି। ଜାନୁଆରୀ ୨୯ ତାରିଖରେ ରୁପା କେଜି ପ୍ରତି ଦର ଏକା ଥରକେ ୨୫ ହଜାର ଟଙ୍କା ବଢ଼ି ୪ ଲକ୍ଷ ୨୫ ହଜାର ଟଙ୍କା ହୋଇଯାଇଥିଲା। ତେବେ ଜାନୁଆରୀ ୩୦ ତାରିଖରୁ ଏହା କ୍ରମଶଃ ଖସି ଚାଲିଛି। ଜାନୁଆରୀ ୩୧ ତାରିଖରେ ରୁପା କେଜି ପ୍ରତି ଦର ଏକାଥରକେ ୮୫ ଟଙ୍କା ହ୍ରାସ ପାଇଥିଲା।     

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe