Advertisment

Gold and Silver Rate: ସୁନା ଓ ରୁପା ଦର ପୁଣି ବଢ଼ିଲା

ଲଗାତାର ଦୁଇ ଦିନ ତଳ ମୁହାଁ ହେବା ପରେ ଶନିବାର ପୁଣି ଥରେ ବଢ଼ିଛି ସୁନା ଦର। ତା’ ସହିତ ରୁପା ଦର ବି ବଢ଼ିଛି। ସୁନାର ୨୪,୨୨ ଓ ୧୮ କ୍ୟାରେଟ୍‌ ସୁନାର ଦର ୧୦ ଗ୍ରାମ ପ୍ରତି ଯଥାକ୍ରମେ ୨୮୯୦, ୨୬୫୦ ଓ ୨୧୭୦ ଟଙ୍କା ବୃଦ୍ଧି ପାଇଛି।

Gold
Advertisment

ଲଗାତାର ଦୁଇ ଦିନ ତଳ ମୁହାଁ ହେବା ପରେ ଶନିବାର ପୁଣି ଥରେ ବଢ଼ିଛି ସୁନା (Gold) ଦର। ଗୁଡ୍ ରିଟର୍ଣ୍ଣସର ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୫୩ ହଜାର ୭୧୦ ଟଙ୍କା ରହିଥିବା ବେଳେ ଆଜି ୧ ଲକ୍ଷ ୫୬ ହଜାର ୬୦୦ ଟଙ୍କା ରହିଛି। ଅର୍ଥାତ୍ ୧୦ ଗ୍ରାମ ପ୍ରତି ୨୮୯୦ ଟଙ୍କା ବୃଦ୍ଧି ପାଇଛି। 

Advertisment

ସେହିଭଳି ଗତକାଲି ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୪୦ ହଜାର ୯୦୦ ଟଙ୍କା ରହିଥିବା ବେଳେ ଆଜି ୧ ଲକ୍ଷ ୪୩ ହଜାର ୫୫୦ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ୧୦ ଗ୍ରାମ ପ୍ରତି ୨୨ କ୍ୟାରେଟ୍‌ ସୁନାର ଦାମ ୨୬୫୦ ଟଙ୍କା ବଢ଼ିଛି। 

୨୪ ଓ ୨୨ କ୍ୟାରେଟ୍‌ ସୁନାର ଦର ଆକାଶ ଛୁଆଁ ହୋଇଯାଉଥିବା ବେଳେ ଲୋକେ ୧୮ କ୍ୟାରେଟ ସୁନା ପ୍ରତି ଆକୃଷ୍ଟ ହେଉଛନ୍ତି। ତେବେ ଆଜି ଏହି ସୁନାର ଦାମ ମଧ୍ୟ ବୃଦ୍ଧି ପାଇଛି। ଗତକାଲି ୧୦ ଗ୍ରାମ ୧୮ କ୍ୟାରେଟ ସୁନାର ଦର ୧ ଲକ୍ଷ ୧୫ ହଜାର ୨୮୦ ଟଙ୍କା ରହିଥିବା ବେଳେ ଆଜି ୧ ଲକ୍ଷ ୧୭ ହଜାର ୪୫୦ ଟଙ୍କା ରହିଛି। ଅର୍ଥାତ୍ ୧୦ ଗ୍ରାମ ପ୍ରତି ୨୧୭୦ ଟଙ୍କା ବୃଦ୍ଧି ପାଇଛି। 

Advertisment

ସୁନା ଭଳି ଦୁଇ ଦିନ ଧରି ତଳ ମୁହାଁ ରହିବା ପରେ ଆଜି ରୁପା (Silver)ର ଦର ବଢ଼ିଛି। ଗତକାଲି ରୁପା କେଜି ପ୍ରତି ଦର ୨ ଲକ୍ଷ ୮୦ ହଜାର ଟଙ୍କା ଥିବା ବେଳେ ଆଜି ୨ ଲକ୍ଷ ୮୫ ହଜାର ଟଙ୍କା ରହିଛି। ଅର୍ଥାତ୍ ଗୋଟିଏ ଦିନରେ ୫ ହଜାର ଟଙ୍କା ବଢ଼ିଛି। ଗୁରୁବାର ଦିନ ରୁପାର କେଜି ପ୍ରତି ଦର ୩ ଲକ୍ଷ ଥିଲା। ବୁଧବାର ରୁପାର କେଜି ପ୍ରତି ଦର ୩ ଲକ୍ଷ ୨୦ ହଜାର ଟଙ୍କା ଥିଲା।     

Silver Gold
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe