Advertisment

Gold Price: କମିଲା ସୁନା ଦର

ସୁନା ଭଳି ଆଜି ରୁପାର ଦର ହ୍ରାସ ପାଇଛି। ଗତକାଲି ରୁପାର ଦାମ କେଜି ପିଛା ଏକାଥରେ ୨୫ ହଜାର ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ ଆଜି ଏଥିରେ କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଛି।

author-image
Jitendra Garnayak
Gold

ଗତକାଲି ସୁନା ଦରରେ ଅହେତୁକ ବୃଦ୍ଧି ପରେ ଆଜି ସେଥିରେ ଲାଗିଛି ବ୍ରେକ୍‌। ତଳ ମୁହାଁ ହୋଇଛି ସୁନା ଦର।  ଯଦିଓ ଯେତିକି ବଢ଼ିଥିଲା, ସେତିକି ହ୍ରାସ ପାଇନି ତଥାପି ଆଖିଦୃଶିଆ ହ୍ରାସ ପାଇଛି ବୋଲି କୁହାଯାଇପାରେ।  

Advertisment

ଗୁଡ୍‌ ରିଟର୍ଣ୍ଣସର ରିପୋର୍ଟ ଅନୁସାରେ, ଭୁବନେଶ୍ୱରରେ ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ଏକାଥରକେ ୧୧ ହଜାର ୭୭୦ ଟଙ୍କା ବଢ଼ିଥିବା ବେଳେ ଆଜି ୮ ହଜାର ୨୩୦ ଟଙ୍କା କମିଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କା ରହିଥିବା ବେଳେ ଆଜି ଏହା ୧ ଲକ୍ଷ ୭୦ ହଜାର ୬୨୦କୁ ଖସିଛି। ଆଜି ଭୁବନେଶ୍ୱରରେ ୧ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦାମ ୧୭ ହଜାର ୬୨ ଟଙ୍କା ରହିଛି। 

ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ଦର ଏକାଥରକେ ୧୦ ହଜାର ୮୦୦ ଟଙ୍କା ବଢ଼ିଥିବା ବେଳେ ଆଜି ୭ ହଜାର ୫୫୦ ଟଙ୍କା କମିଛି। ଗତକାଲି ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ଥିବା ବେଳେ ଆଜି ଏହା ୧ ଲକ୍ଷ ୫୬ ହଜାର ୪୦୦ ଟଙ୍କାକୁ ହ୍ରାସ ପାଇଛି। ଆଜି ଭୁବନେଶ୍ୱରରେ ୧ ଗ୍ରାମ ୨୨ କ୍ୟାରେଟ ସୁନାର ଦର ୧୫ ହଜାର ୬୪୦ ଟଙ୍କା ରହିଛି, ଯାହା ଗତକାଲି ୧୬ ହଜାର ୩୯୫ ଟଙ୍କା ଥିଲା। 

Advertisment

୧୮ କ୍ୟାରେଟ୍ ସୁନାର ଦର ମଧ୍ୟ କମିଛି। ଗତକାଲି ଭୁବନେଶ୍ୱରରେ ୧ ଗ୍ରାମ ୧୮ କ୍ୟାରେଟ୍‌ ସୁନାର ଦର ୧୩ ହଜାର ୪୧୪ ଟଙ୍କା ରହିଥିବା ବେଳେ ଆଜି ୧୨ ହଜାର ୭୯୭ ଟଙ୍କା ରହିଛି।    

ସୁନା ଭଳି ଆଜି ରୁପାର ଦର ହ୍ରାସ ପାଇଛି। ଗତକାଲି ରୁପାର ଦାମ କେଜି ପିଛା ଏକାଥରେ ୨୫ ହଜାର ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ ଆଜି ଏଥିରେ କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଛି। ଗତକାଲି ରୁପାର ଦାମ କେଜି ପିଛା ୪,୨୫,୦୦୦ ଟଙ୍କାରେ ପହଞ୍ଚି ଥିବା ବେଳେ ଆଜି ୪ ଲକ୍ଷ ୧୫ ହଜାର ଟଙ୍କାକୁ ହ୍ରାସ ପାଇଛି।