ବଢ଼ି ଚାଲିଛି ସୁନା ଦର। ବୁଧବାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ଦେଢ଼ ଲକ୍ଷ ଟପିଯାଇଛି। ଗତକାଲି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୯ ହଜାର ୭୮୦ ଟଙ୍କା ଥିବା ବେଳେ ଆଜି ସେଥିରେ ୫,୦୨୦ ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୫୪ ହଜାର ୮୦୦ ଟଙ୍କାରେ ପହଞ୍ଚିଯାଇଛି। ଅର୍ଥାତ୍ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପ୍ରତି ୧୫ ହଜାର ୪୮୦ ଟଙ୍କା ରହିଛି।
୨୪ କ୍ୟାରେଟ୍ ଭଳି ୨୨ କ୍ୟାରେଟ୍ ସୁନା ଦର ବୃଦ୍ଧି ପାଇଛି। ଗତକାଲି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧ ଲକ୍ଷ ୩୭ ହଜାର ୩୦୦ ଟଙ୍କା ଥିବା ବେଳେ ଆଜି ଏହା ୧ ଲକ୍ଷ ୪୧ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪ ହଜାର ୬୦୦ ଟଙ୍କା ବଢ଼ିଛି। ଆଜି ୨୨ କ୍ୟାରେଟ୍ ସୁନା ଦର ଗ୍ରାମ ପ୍ରତି ୧୪ ହଜାର ୧୯୦ ଟଙ୍କା ରହିଛି।
ସେହିପରି ୧୮ କ୍ୟାରେଟ୍ ସୁନାର ଦାମ୍ ବଢ଼ିଛି। ଆଜି ଭୁବନେଶ୍ୱରରେ ୧୮ କ୍ୟାରେଟ୍ ସୁନାରର ଦର ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୧୬ ହଜାର ୧୧୦ ଟଙ୍କା ରହିଛି। ଗତକାଲି ଏହା ୧ ଲକ୍ଷ ୧୨ ହଜାର ୩୪୦ ଟଙ୍କା ଥିଲା। ଅର୍ଥାତ୍ ଗୋଟିଏ ଦିନରେ ୩,୭୭୦ ଟଙ୍କା ବଢ଼ିଛି। ଆଜି ଭୁବନେଶ୍ୱରରେ ୧୮ କ୍ୟାରେଟ୍ ସୁନାର ଦାମ୍ ଗ୍ରାମ ପ୍ରତି ୧୧ ହଜାର ୬୧୧ ଟଙ୍କା ରହିଛି।
ଭୁବନେଶ୍ୱରରେ ଆଜି ରୁପା ଦର ଅପରିବର୍ତ୍ତିତ ରହିଛି। ଗତକାଲି ରୁପା କେଜି ପ୍ରତି ଦର ୩ ଲକ୍ଷ ୪୦ ହଜାର ଟଙ୍କା ଥିବା ବେଳେ ଆଜି ମଧ୍ୟ ସେତିକି ରହିଛି। ଜାନୁଆରୀ ୧୯ ତାରିଖରେ ରୁପା ଦର କେଜି ପ୍ରତି ୩ ଲକ୍ଷ ୧୮ ହଜାର ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/21/888-2026-01-21-11-29-37.jpg)