Advertisment

ବିମାନବନ୍ଦରରୁ ଧରା ପଡ଼ିଲାଣି ସାଢେ ଚାରି କୋଟି ଟଙ୍କାର ସୁନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷକ ଭିତରେ ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି ୧୩.୭୭ କେଜି ସୁନା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଚାରି କୋଟି ଟଙ୍କା ହେବ। ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ କଷ୍ଟମ ଓ ଜିଏସ୍‌ଟି ବିଭାଗର ଚିଫ୍‌ କମିଶନର ନରେଶ ପେନୁ ମକା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି। ୨୦୧୯ ଏପ୍ରିଲ ୩ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟରୁ ଧରା ପଡ଼ିଥିଲା ୯ ଲକ୍ଷରୁ ଅଧିକ ଟଙ୍କାର […]

author-image
Manoranjan Sial
ବିମାନବନ୍ଦରରୁ ଧରା ପଡ଼ିଲାଣି ସାଢେ ଚାରି କୋଟି ଟଙ୍କାର ସୁନା

gold-worth-over-four-crore-rupees-seized--from--bhubaneswar-airport-over-past-12-months

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷକ ଭିତରେ ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି ୧୩.୭୭ କେଜି ସୁନା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଚାରି କୋଟି ଟଙ୍କା ହେବ। ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ କଷ୍ଟମ ଓ ଜିଏସ୍‌ଟି ବିଭାଗର ଚିଫ୍‌ କମିଶନର ନରେଶ ପେନୁ ମକା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି।

Advertisment

୨୦୧୯ ଏପ୍ରିଲ ୩ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟରୁ ଧରା ପଡ଼ିଥିଲା ୯ ଲକ୍ଷରୁ ଅଧିକ ଟଙ୍କାର ଚୋରା ସୁନା। ଏହି ସୁନା ବ୍ୟାଙ୍କକ୍‌ରୁ ଆସୁଥିବା ବିମାନରୁ ଜବତ ହୋଇଥିଲା। ଯାହାକୁ ପୋଷାକର ବଟନ ଭିତରେ ଲୁଚାଇ ଅଣାଯାଉଥିଲା। ଏହାର ଓଜନ ଥିଲା ୨୭୮ ଗ୍ରାମ୍। ଏହି ଘଟଣାରେ କଷ୍ଟମସ ବିଭାଗ ୨ ଜଣଙ୍କୁ ଅଟକ ରଖିଥିଲା।

publive-image୨୦୧୯ ମାର୍ଚ୍ଚ ୩ ତାରିଖରେ ଦୁବାଇରୁ ଦିଲ୍ଲୀ ଦେଇ ଭୁବନେଶ୍ୱରକୁ ଆସୁଥିବା ବିମାନରୁ ୨୩ ଲକ୍ଷରୁ ଅଧିକ ଟଙ୍କାର ସୁନାକୁ ଜବତ କରିଥିଲା କଷ୍ଟମ ବିଭାଗ। ୫ ଖଣ୍ଡ ସୁନାକୁ ଲୁଚାଇ ଆଣିବା ଅଭିଯୋଗରେ ଜଣେ ମହିଳା ଧରା ପଡ଼ିଥିଲେ।

Advertisment

୨୦୧୯ ଫେବ୍ରୁଆରୀ ୨୨ ତାରିଖରେ ବ୍ୟାଙ୍କକରୁ ଆସୁଥିବା ବିମାନରୁ ମଧ୍ୟ ସୁନା ଜବତ ହୋଇଥିଲା। ଯାହାକୁ ପୋଷାକର ବଟନ ଜାଗାରେ ଗୋଲଡ୍‌ ରିଙ୍ଗ ଲୁଚାଉ ଆଣୁଥିବା ବେଳେ ସାଢେ ୯ ଲକ୍ଷରୁ ଅଧିକ ଟଙ୍କାର ସୁନା ଜବତ ହୋଇଥିଲା।

ଲୋଭରେ ପଡ଼ି ହେଉ ଅବା ଚୋରା କାରବାର ହେଉ, ଭୁବନେଶ୍ୱର ଏୟାରପୋର୍ଟରୁ ଗୋଟିଏ ବର୍ଷ ଭିତରେ ଧରାପଡିଛି କୋଟି କୋଟି ଟଙ୍କାର ଚୋରା ସୁନା।

ସୂଚନା ଅନୁସାରେ ୨୦୧୮ରୁ ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧୩.୭୭ କେଜି ଚୋରା ସୁନା ଜବତ ହୋଇଛି। ଯାହାର ମୂଲ୍ୟ ସାଢେ ଚାରି କୋଟି ହେବ। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ଭୁବନେଶ୍ୱର ଜୋନର କଷ୍ଟମ ଓ ଜିଏସ୍‌ଟି ବିଭାଗର ଚିଫ୍ କମିଶନର କହିଛନ୍ତି।