Advertisment

୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ହେଲା ଗୋମୁଣ୍ଡିଆ ପାଇକ ସାହି

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା ଗୋମୁଣ୍ଡିଆ ପଞ୍ଚାୟତର ଗୋମୁଣ୍ଡିଆ ପାଇକ ସାହିରୁ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ଏହାପରେ ଏହି ଅଞ୍ଚଳକୁ ଆଜି ପ୍ରଶାସନ ପକ୍ଷରୁ ୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଥିସହ ଗୋମୁଣ୍ଡିଆ ପାଇକ ସାହିର ସମସ୍ତ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି। ଲୋକଙ୍କୁ ପ୍ରଶାସନ ପକ୍ଷରୁ ଦିନକୁ ୨ ଥର ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ ବୋଲି କୃଷ୍ଣପ୍ରସାଦ ବିଡିଓ  ଅଭିମନ୍ୟୁ ମାଝି କହିଛନ୍ତି। […]

ଅଦ୍ୟତନ ହୋଇଛି
୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ହେଲା ଗୋମୁଣ୍ଡିଆ ପାଇକ ସାହି  

puri

Advertisment

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା ଗୋମୁଣ୍ଡିଆ ପଞ୍ଚାୟତର ଗୋମୁଣ୍ଡିଆ ପାଇକ ସାହିରୁ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ଏହାପରେ ଏହି ଅଞ୍ଚଳକୁ ଆଜି ପ୍ରଶାସନ ପକ୍ଷରୁ ୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଥିସହ ଗୋମୁଣ୍ଡିଆ ପାଇକ ସାହିର ସମସ୍ତ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି। ଲୋକଙ୍କୁ ପ୍ରଶାସନ ପକ୍ଷରୁ ଦିନକୁ ୨ ଥର ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ ବୋଲି କୃଷ୍ଣପ୍ରସାଦ ବିଡିଓ  ଅଭିମନ୍ୟୁ ମାଝି କହିଛନ୍ତି।

Advertisment

କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଦମ୍ପତି  ମେ’ ୩୧ ତାରିଖରେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୭ ଦିନ ରହିଥିଲେ। ଏହାପରେ ସେମାନେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏହି ସମୟରେ ସେମାନେ ପଜିଟଭ୍ ଚିହ୍ନଟ ହୋଇଥିଲେ। ତେବେ ସେମାନେ ଘରକୁ ଫେରି କିଛି  ଗାଁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ  ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାରେ ଏଯାବତ୍‌ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe