Advertisment

୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି । ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ’ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା।  ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି। ବଲାଙ୍ଗିର ଜିଲ୍ଲାରେ ଆଜିଠୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ […]

ଅଦ୍ୟତନ ହୋଇଛି
ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଦିଆଯିବ ଟିକା

vaccine

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି । ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ’ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା।  ଏବେ ଏହାକୁ ବାକି ରହିଥିବା

Advertisment

ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି। ବଲାଙ୍ଗିର ଜିଲ୍ଲାରେ ଆଜିଠୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି । ବଲାଙ୍ଗିର ସହରର ୪ଟି ସ୍ଥାନରେ ୧୦ଟି ଟିକାଦାନ କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯାଉଛି । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ବଲାଙ୍ଗୀର ସହରର ଚାରୋଟି ସ୍ଥାନରେ ୧୦ଟି ସେସନ ରହିବ। ପ୍ରତି ସେସନରେ ଦୁଇଜଣ ଡିଇଓ, ଦୁଇଜଣ ଭେକସିନେଟର ରହିବେ। ରାଜେନ୍ଦ୍ର କଲେକ, ଟାଉନ ବାଳକ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର ଏବଂ ଜେଆଇଟିଏମ କଲେଜରେ ଟିକାକରଣ କରାଯିବ। ଏଥିପାଇଁ ଟିକାଦାନ କେନ୍ଦ୍ରରେ ପସ୍ତୁତି ସରିଛି। ରବିବାର ନିଜେ ଜିଲ୍ଲାପାଳ ସବୁ କେନ୍ଦ୍ରକୁ ଯାଇ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ ଚଂଚଳ ରାଣା, ସିଡିଏମ୍‌ଓ ଡା. ଭୀମ ସାହୁ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ପ୍ରମୁଖ କେନ୍ଦ୍ରଗୁଡ଼ିକ ବୁଲିଥିଲେ।

ସେହିପରି ଆଜିଠୁ ପାରଳାଖେମୁଣ୍ଡି ମ୍ୟୁନିସିପାଲଟି ଅଞ୍ଚଳରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି । ପୌରାଂଚଳର ୮ଟି ସ୍ଥାନରେ ପ୍ରଦାନ କରାଯାଉଛି ଟିକା। ତେବେ ଟିକା ନେବାକୁ ଥିବା ବ୍ୟକ୍ତିମାନେ ଅନ୍‌ଲାଇନରେ ପଞ୍ଜିକରଣ କରି ସ୍ଲଟ୍ ବୁକିଂ କରିବାକୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe