ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୨ଟି ଟ୍ରେନ୍‌ ବାତିଲ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଓ ଗୋଳନ୍ଥରା ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି। ଟ୍ରେନ୍‌ର ୨ଟି ବଗି ଧାରଣାରୁ ବାହାରି ଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମରାମତି କାମ ଜାରି ରହିଛି। ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍‌ରୁ ୱାଲଟେୟାର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏହା ପରେ ଦୁଇଟି ପାସେଞ୍ଜର ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ଏହି ରୁଟ୍‌ରେ ଯିବାକୁ ଥିବା ପୁରୀ-ପଲାସା ଓ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜରକୁ ବାତିଲ କରାଯାଇଛି।

railway

Rakesh Mallick
  • Published: Friday, 19 October 2018
  • , Updated: 19 October 2018, 12:37 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଓ ଗୋଳନ୍ଥରା ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି। ଟ୍ରେନ୍‌ର ୨ଟି ବଗି ଧାରଣାରୁ ବାହାରି ଯାଇଛି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମରାମତି କାମ ଜାରି ରହିଛି। ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍‌ରୁ ୱାଲଟେୟାର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଏହା ପରେ ଦୁଇଟି ପାସେଞ୍ଜର ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ଏହି ରୁଟ୍‌ରେ ଯିବାକୁ ଥିବା ପୁରୀ-ପଲାସା ଓ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜରକୁ ବାତିଲ କରାଯାଇଛି।

Related story