ପ୍ଲାଟ୍‌ଫର୍ମ ଉପରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍‌

ଯାଜପୁର (ଗୁଲାମ ଗସ୍‌): ଯାଜପୁର ରୋଡ୍‌ ଷ୍ଟେସନ୍‌ରେ ଏକ ମାଲବାହୀ ଟ୍ରନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ପ୍ଲାଟ୍‌ଫର୍ମର ୩ ନମ୍ବର ରେଷ୍ଟ ଶେଡ୍‌ ଉପରକୁ ମାଡ଼ିଯାଇଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ସିକନ୍ଦରାବାଦ୍‌ରୁ ହାୱଡ଼ା ଯାଉଥିବା ଫାଲକ୍‌ନାମା ଏକ୍ସପ୍ରେସ୍‌ (ଟ୍ରେନ୍ ନମ୍ବର ୧୭୦୬୪) କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ପଛରେ ଥିବା ଗାର୍ଡ କମ୍ ଲଗେଜ ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। […]

jajpur

Rakesh Mallick
  • Published: Friday, 05 October 2018
  • , Updated: 05 October 2018, 08:13 AM IST

ଯାଜପୁର (ଗୁଲାମ ଗସ୍‌): ଯାଜପୁର ରୋଡ୍‌ ଷ୍ଟେସନ୍‌ରେ ଏକ ମାଲବାହୀ ଟ୍ରନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ପ୍ଲାଟ୍‌ଫର୍ମର ୩ ନମ୍ବର ରେଷ୍ଟ ଶେଡ୍‌ ଉପରକୁ ମାଡ଼ିଯାଇଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ସିକନ୍ଦରାବାଦ୍‌ରୁ ହାୱଡ଼ା ଯାଉଥିବା ଫାଲକ୍‌ନାମା ଏକ୍ସପ୍ରେସ୍‌ (ଟ୍ରେନ୍ ନମ୍ବର ୧୭୦୬୪) କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ପଛରେ ଥିବା ଗାର୍ଡ କମ୍ ଲଗେଜ ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ନିର୍ଗୁଣ୍ଡି ଷ୍ଟେସନ୍‌ଠାରୁ ପ୍ରାୟ ଅଧା କିଲୋମିଟର ଯିବା ପରେ ଟ୍ରେନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Related story