Advertisment

ଗୁଗୁଲ୍‌ ପେ’ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ, ଖାଲି ହୋଇପାରେ ଆକାଉଣ୍ଟ୍‌!

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଟଙ୍କା ନେଣ-ଦେଣ ପାଇଁ ‘ଗୁଗୁଲ୍‌ ପେ’ ଆପ୍‌ ବ୍ୟବହାର କରୁଛନ୍ତି କି? ତାହାହେଲେ ଏବେଠାରୁ ସତର୍କ ହୋଇଯାଆନ୍ତୁ। କାରଣ ଏହାଦ୍ୱାରା ଆପଣ ସାଇବର କ୍ରାଇମ୍‌ର ଶିକାର ହୋଇପାରନ୍ତି। ନିକଟରେ ଗୋଟିଏ ଦିନରେ ବାଲେଶ୍ୱରରେ ଏଭଳି ଦୁଇଦୁଇଟି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ ଆରମ୍ଭ କରିଛି। ରେମୁଣା ବ୍ଲକ ଦୁମୁଦା ଗାଁର ବିଜୟ କୁମାର ଦାସ ନିଜର ଅଲ୍‌ଟୋ କାର ବିକ୍ରି ପାଇଁ ଗତ ୧୫ […]

ଗୁଗୁଲ୍‌ ପେ’ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ, ଖାଲି ହୋଇପାରେ ଆକାଉଣ୍ଟ୍‌!

google-pay

Advertisment

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଟଙ୍କା ନେଣ-ଦେଣ ପାଇଁ ‘ଗୁଗୁଲ୍‌ ପେ’ ଆପ୍‌ ବ୍ୟବହାର କରୁଛନ୍ତି କି? ତାହାହେଲେ ଏବେଠାରୁ ସତର୍କ ହୋଇଯାଆନ୍ତୁ। କାରଣ ଏହାଦ୍ୱାରା ଆପଣ ସାଇବର କ୍ରାଇମ୍‌ର ଶିକାର ହୋଇପାରନ୍ତି। ନିକଟରେ ଗୋଟିଏ ଦିନରେ ବାଲେଶ୍ୱରରେ ଏଭଳି ଦୁଇଦୁଇଟି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ ଆରମ୍ଭ କରିଛି।

Advertisment

ରେମୁଣା ବ୍ଲକ ଦୁମୁଦା ଗାଁର ବିଜୟ କୁମାର ଦାସ ନିଜର ଅଲ୍‌ଟୋ କାର ବିକ୍ରି ପାଇଁ ଗତ ୧୫ ତାରିଖରେ ନିଜ ଫେସ୍‌ବୁକରେ ପୋଷ୍ଟ କରିଥିଲେ। ୧୬ ତାରିଖରେ ମହାବୀର ସିହ୍ନା ନାମକ ଜଣେ ବ୍ୟକ୍ତି ନିଜକୁ ଆର୍ମି ଷ୍ଟାଫ୍‌ର ପରିଚୟ ଦେଇ ଗାଡ଼ି କିଣିବା ପାଇଁ କହିଥିଲେ। ଏପରିକି ସେ ହ୍ୱାଟ୍ସଆପ୍‌ରେ କଥାବାର୍ତ୍ତା ହୋଇଥିଲେ। ପରେ ବିଜୟଙ୍କୁ ୪୦ ହଜାର ଟଙ୍କା ଆଡ୍‌ଭାନ୍ସ ପଠାଇବା ପାଇଁ ଗୁଗୁଲପେ’ ନମ୍ବର ମାଗିଥିଲେ। ଟଙ୍କା ପଠାଇବା ପାଇଁ Allow to receive Message କୁ ରିସିଭ କରିବା ପାଇଁ ମଧ୍ୟ କହିଥିଲେ। ତେବେ ସେ ମେସେଜକୁ ରିସିଭ୍‌ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କଟି ଯାଇଥିବା ବିଜୟ ଅଭିଯୋଗ କରିଛନ୍ତି। ପରେ ସେହି ନମ୍ବରରେ ଫୋନ କଲେ କେହି ଉଠାଉ ନାହାନ୍ତି। ଶେଷରେ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ବିଜୟଙ୍କ ଭଳି ଆଉ ଜଣେ ବ୍ୟକ୍ତି ହେଲେ ବାଲେଶ୍ୱରର ଶ୍ରାମାନ୍ ଶ୍ରୀଚନ୍ଦନ। ତାଙ୍କର ଚାନ୍ଦିପୁରରେ ଥିବା ଏକ ହୋଟେଲରେ ରହିବା ପାଇଁ ୧୬ ତାରିଖରେ ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ନିଜକୁ ରାକେଶ କୁମାର କହିବା ସହ ଆର୍ମି ଷ୍ଟାଫ୍‌ ବୋଲି ପରିଚୟ ଦେଇଥିଲେ। ପରେ ହୋଟେଲ୍‌ରେ ରହିବା ପାଇଁ ୫୦୦୦ ହଜାର ଟଙ୍କା ଗୁଗୁଲ ପେ’ରେ ପଠାଇବା ପାଇଁ ନମ୍ୱର ମାଗିଥିଲେ। ଏପରିକି Allow to receive Message କୁ ରିସିଭ କରିବା ପାଇଁ ସେ କହିଥିଲେ। ତେବେ ଶ୍ରୀଚନ୍ଦନ ମେସେଜକୁ ରିସିଭ୍‌ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ସମାନ ଢଙ୍ଗରେ ଟଙ୍କା କଟିଯାଇଥିଲା। ଖାଲି ଏହି ଦୁଇଜଣ ନୁହନ୍ତି, ବାଲେଶ୍ୱର ଜିଲ୍ଲାର ଏକାଧିକ ବ୍ୟକ୍ତି ଏଭଳି ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଛି।

Advertisment

ଘଟଣା ପରେ ଅଭିଯୋଗକାରୀମାନେ ବ୍ୟାଙ୍କ ସହିତ ଯୋଗଯୋଗ କରିଥିଲେ। ତେବେ ଆପ୍‌ ଗୁଡିକ ବ୍ୟାଙ୍କର ନିଜସ୍ୱ ଆପ୍‌ ହୋଇନଥିବାରୁ ଗ୍ରାହକମାନେ ସଚେତନ ହେବାକୁ ବ୍ୟାଙ୍କ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ସାଇବର କ୍ରାଇମ ରୋକିବାପାଇଁ ପୁଲିସର ଏକ ସ୍ୱତନ୍ତ୍ର ଆଇଟି ସେଲ ରହିଛି। ଘଟଣାର ତଦନ୍ତ କରାଯିବ ବୋଲି ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe