Advertisment

ଝିଆରୀକୁ ଧରି ଗୋପାଳ କାହିଁକି ନବ ଦାସଙ୍କ ପାଖକୁ ଯାଉଥିଲା?

‘ମୋ’ ପାଖରେ ଯେଉଁ ତଥ୍ୟ ଅଛି ଓ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ସେଥିରୁ ଜଣାପଡ଼ୁଛି- ଚାକିରି ପାଇଁ ଗୋପାଳ ତା’ ଝିଆରୀଙ୍କୁ ଧରି ନବ ବାବୁଙ୍କ ପାଖକୁ ଯାଉଥିଲା।’

author-image
Manoranjan Sial
ଅଦ୍ୟତନ ହୋଇଛି
Naba Das

Naba Das

ନବକିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିଲାଣି। ହେଲେ ଆଜି ଯାଏଁ ହତ୍ୟାର କାରଣ ଜାଣିପାରୁନି କ୍ରାଇମ୍‌ ବ୍ରାଞ୍ଚ। କେବଳ ଅଭିଯୁକ୍ତ ପୂର୍ବତନ ଏଏସ୍‌ଆଇ ଗୋପାଳ ଦାସକୁ ଧରି ତା’ ଚାରି ପାର୍ଶ୍ୱରେ ଘୂରି ବୁଲୁଛି। କୌଣସି ନିଷ୍ପର୍ସରେ ପହଞ୍ଚି ପାରୁ ନାହିଁ କ୍ରାଇମ ବ୍ରାଞ୍ଚ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆଜି ବିସ୍ଫୋରକ ତଥ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ନରସିଂହ ମିଶ୍ର କହିଛନ୍ତି, ମୋ’ ପାଖରେ ଯେଉଁ ତଥ୍ୟ ଅଛି ଓ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ସେଥିରୁ ଜଣାପଡ଼ୁଛି- ଚାକିରି ପାଇଁ ଗୋପାଳ ତା’ ଝିଆରୀଙ୍କୁ ଧରି ନବବାବୁଙ୍କ ପାଖକୁ ଯାଉଥିଲା। ସେହି ସମୟରେ କିଛି ଅଘଟଣ ଘଟିନାହିଁ ତ? ସେ କଥା କିଏ କହିବ? ନବବାବୁଙ୍କ ସମ୍ପର୍କରେ ବହୁତ କଥା ସାଧାରଣରେ ଚର୍ଚ୍ଚା ହେଉଛି। ତାଙ୍କ ଦେହାନ୍ତ ପରେ ନିର୍ଦ୍ଦିଷ୍ଟ ଭାବେ ସେ ସମ୍ପର୍କରେ କିଛି କହିବା ଠିକ୍‌ ହେବନି। କିନ୍ତୁ ମୋର ଘୋର ସନ୍ଦେହ ହେଉଛି, କିଛି ଗୋଟିଏ ଅଘଟଣ ଘଟିଛି। ଯେଉଁଥିପାଇଁ ତାଙ୍କୁ(ନବ) ହତ୍ୟା କରିବାକୁ ପରିବାର ଲୋକ ଷଡ଼ଯନ୍ତ୍ର କରିଛନ୍ତି। ଆଉ ସେହି ଷଡ଼ଯନ୍ତ୍ରରେ ସଫଳ ହେବା ପରେ ବହୁତ ସନ୍ତୋଷ ଲାଭ କରିଛନ୍ତି। ଯାହା ଗୋପାଳର ଆଚାର ଓ ବ୍ୟବହାରରୁ ପ୍ରାଣିତ ହେଉଛି। ତେଣୁ ଗୋପାଳ ଝିଆରୀକୁ ପୁଲିସ୍‌ ଭଲ ଭାବେ ପଚରାଉଚରା କଲେ ବହୁ କଥା ସ୍ପଷ୍ଟ ହୋଇପାରିବ ବୋଲି ନରସିଂହ ମିଶ୍ର କହିଛନ୍ତି।

ରାଜନୈତିକ ଶତ୍ରୁତାକୁ ନେଇ ନରସିଂହ କହିଛନ୍ତି, ନବ କଂଗ୍ରେସ ଛାଡ଼ି ବିଜେଡିକୁ ଗଲା ପରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ବିଜେଡି ନେତାଙ୍କ ପ୍ରଭାବ କମିଥିଲା। ନବ ଦାସଙ୍କ ପ୍ରଭାବ ବଢ଼ିଥିଲା। ବ୍ରଜରାଜନଗର ନିର୍ବାଚନଣ୍ଡଳୀରେ ସେ ସବୁ ଘଟଣା ଦେଖିବାକୁ ମିଳିଥିଲା ବୋଲି ନରସିଂହ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ସନ୍ଦେହ ସବୁ ବେଳେ ସନ୍ଦେହ। ହେଲେ ସନ୍ଦେହକୁ ଅନୁସନ୍ଧାନ କଲେ ସିନା ସତ୍ୟ ସାମ୍ନାକୁ ଆସିବ। ଏମାନେ ତ ଅନୁସନ୍ଧାନ କରୁନାହାନ୍ତି। ନବବାବୁଙ୍କର କୋଇଲା ଓ ପାଉଁଶ ଚାଲାଣରେ ମନୋପଲି ଥିଲା। ସିଏ ମରିଗଲା ପରେ ତାଙ୍କ ସପକ୍ଷବାଦୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସପକ୍ଷବାଦୀ କାହିଁକି ବଡ଼ ମରାମରି ହୋଇଥିଲେ? ପୁଲିସରେ ମାମଲା କାହିଁକି ହେଲା? ଏଏସ୍‌ଆଇ ଘରୁ ଏତେ ବଡ଼ ଦାମୀ ଗାଡ଼ି କେଉଁଠୁ ଆସିଲା? ଯେଉଁ ଗାଡ଼ି ଜଣେ କୋଇଲା ବ୍ୟବସାୟୀଙ୍କ ନାଁରେ ରେଜିଷ୍ଟ୍ରେସନ୍‌ ରହିଛି। ସନ୍ଦେହ ସବୁଠି ରହିଛି। ଏହାର ତଦନ୍ତ ହେବା ଦରକାର ବୋଲି ନରସିଂହ ମିଶ୍ର କହିଛନ୍ତି।

BjD Congress Narasingha Mishra Naba Das Murder