Advertisment

ଚୌଦ୍ୱାର ଜେଲ୍‌ର ୩ ନମ୍ୱର ସେଲ୍‌ ଗୋପାଳର ନୂଆ ଠିକଣା

ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାରସୁଗୁଡ଼ା ଜେଲ୍‌ରୁ ଚୌଦ୍ୱାରକୁ ଅଣାଯାଇଛି। ସେ ୩ ନମ୍ୱର ସେଲ୍‌ରେ ରହିବ।

Gopal

Gopal

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଅତ୍ୟା ଅଭିଯୁକ୍ତ ଗୋପାଳ ଦାସର ଠିକଣା ବଦଳିଛି। ତା’ର ନୂଆ ଠିକଣା ହେଉଛି ଚୌଦ୍ୱାର ମଣ୍ଡଳ କାରାଗାର। ଆଜିଠାରୁ ସେ ଚୌଦ୍ୱାର ଜେଲ୍‌ରେ ରହିବ। ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାରସୁଗୁଡ଼ା ଜେଲ୍‌ରୁ ଚୌଦ୍ୱାରକୁ ଅଣାଯାଇଛି। ସେ ୩ ନମ୍ୱର ସେଲ୍‌ରେ ରହିବ।

Advertisment

ଜେଲ ଡିଜିଙ୍କ ସୂଚନା ଅନୁସାରେ, ଚୌଦ୍ୱାର ଜେଲ୍‌ ଭିତରେ ଗୋପାଳ ପାଇଁ ହୋଇଛି ଏକ ସ୍ୱତନ୍ତ୍ର ସେଲର ବ୍ୟବସ୍ଥା। ସେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ସାଙ୍ଗକୁ ସିସିଟିଭି ସର୍ଭେଲାନ୍ସ ଭିତରେ ରହିବ। ଗୋପାଳର ମାମଲା ଝାରସୁଗୁଡ଼ା କୋର୍ଟରେ ଥିବାରୁ ତା’ର କୋର୍ଟ ହାଜିରା ପାଇଁ ଚୌଦ୍ୱାରରୁ ଭିଡିଓ କପ୍‌ଫରେନ୍ସିଂର ବ୍ୟବସ୍ଥା କରାଯିବ। ଜେଲ୍‌ ମାନୁଆଲ ଅନୁଯାୟୀ ତା’ର ହେଲ୍‌ଥ ଚେକ୍‌ ଅପ୍‌ ଓ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜେଲ୍‌ ଡିଜି ମନୋଜ ଛାବ୍ରା କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, କାହା ଆଡୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରୁଛି ଗୋପାଳ? ଝାରସୁଗୁଡ଼ା ସବ୍‌ଜେଲକୁ କାହିଁକି ନିଜ ପାଇଁ ସୁରକ୍ଷିତ ସ୍ଥାନ ମଣିପାରିଲାନି ଗୋପାଳ? ତା’ ବିରୋଧରେ କିଛି ଷଡ଼ଯନ୍ତ୍ରର ସଂକେତ ପାଇଛି କି ଗୋପାଳ? ଇଏ ମନ୍ତ୍ରୀ ନବ ହତ୍ୟା ଷଡ଼ଯନ୍ତ୍ରର ବି ଏକ ଅଂଶ ନୁହେଁ ତ ? ଅପରପକ୍ଷେ ଚୌଦ୍ୱାର ସ୍ଥାନାନ୍ତର ପୂର୍ବରୁ ଝାରସୁଗୁଡ଼ା କୋର୍ଟ ହାଜିରା ସମୟରେ ଆଜି ଗୋପାଳର ୧୬୪ ବୟାନ ରେକର୍ଡ କରାଯାଇଛି। ତେବେ ଏଇ ଷ୍ଟେଟମେଣ୍ଟରେ ଗୋପାଳ କ’ଣ କହିଛି? ତାକୁ ନେଇ ଚର୍ଚ୍ଚା ଭିତରେ ହତ୍ୟାକାଣ୍ଡର ଏତେ ବିଳମ୍ବରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୋପାଳର ୧୬୪ ବୟାନ ରେକର୍ଡ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇଜୀବୀ।

Advertisment
BjD Naba Das Naba Das Murder Gopal Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe