ଗୋପାଳ ସୁରକ୍ଷିତ ନୁହେଁ,କେନ୍ଦ୍ରୀୟ ସୁରକ୍ଷା ଦିଆଯାଉ: ଜୟନାରାୟଣ

ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା ଟିମରେ ୩ଜଣ ସଦସ୍ୟ ଅଛନ୍ତି ଯାହାଙ୍କ ବିରୁଦ୍ଧରେ କ୍ରାଇମବ୍ରାଂଚ ତଦନ୍ତ କରୁଛି ।

Jayanarayan Mishra PhotoOR

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

Ordigital Desk
  • Published: Thursday, 02 February 2023
  • Updated: 02 February 2023, 09:19 PM IST

Sports

Latest News

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ତଦନ୍ତ କରୁଥିବା କ୍ରାଇମବ୍ରାଂଚର ଅଧିକାରୀ ଓ ପୁଲିସ ଉପରେ ଗୁରୁତର ଅଭିଯୋଗ ଆଣି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବର୍ତ୍ତମାନର ତଦନ୍ତ ନିରପେକ୍ଷ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି । ସେ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସଙ୍କ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଗୋପାଳକୁ ନେଇ କେଉଁ ଅବସ୍ଥାରେ କିଛିବି କରାଯାଇପାରେ ବୋଲି ଆଶଙ୍କା କରିଛନ୍ତି । ରାଜ୍ୟ ପୁଲିସ ଉପରେ ଭରସା ନାହିଁ ତେଣୁ ଗୋପାଳଙ୍କ ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ସଂସ୍ଥାକୁ ଦେବାକୁ ସେ ଦାବି କରିଛନ୍ତି ।

ଶ୍ରୀ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ସୁରକ୍ଷିତ ନୁହେଁ । ଗୋପାଳର କିଛି କ୍ଷତି ହେଲେ ରାଜ୍ୟ ସରକାର ଦାୟୀ ରହିବେ । ସରକାର ଅବିଳମ୍ବେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ । କ୍ରାଇମବ୍ରାଂଚର ବିଶ୍ୱସନୀୟତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା ଟିମରେ ୩ଜଣ ସଦସ୍ୟ ଅଛନ୍ତି ଯାହାଙ୍କ ବିରୁଦ୍ଧରେ କ୍ରାଇମବ୍ରାଂଚ ତଦନ୍ତ କରୁଛି । ଡିଏସପି ରମେଶ ବୋରା ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବାର ଅଭିଯୋଗ ରହିଛି ଓ କ୍ରାଇମବ୍ରାଂଚ ଏହାର ତଦନ୍ତ କରୁଛି । ଏହାର ଅର୍ଥ ରମେଶ ଗୋଟିଏ ମାମଲାରେ କ୍ରାଇମବ୍ରାଂଚରେ ଅଭିଯୁକ୍ତ । ସେହିପରି ଅନ୍ୟଜଣେ ଅଫିସର ହେଉଛନ୍ତି ଜୀବନାନନ୍ଦ ଜେନା । ଯିଏ ପୁରୀ ଓ ଜଗତସିଂହପୁର ଥାନାରେ ଆଇଆଇସି ଥିବାବେଳେ ଦୁଇଟି ହାଜତ ମୃତ୍ୟୁ ହୋଇଛି । ଏହାର ତଦନ୍ତ କ୍ରାଇମବ୍ରାଂଚ କରୁଛି । ତେଣୁ ସେମାନେ ସରକାରଙ୍କ ଇସାରାରେ କାମ କରିବାକୁ ଏକପ୍ରକାର ବାଧ୍ୟ ବୋଲି ଶ୍ରୀ ମିଶ୍ର କହିଛନ୍ତି । ରେଙ୍ଗାଳୀ ଥାନାର ପୂର୍ବତନ ଆଇଆଇସି ଧବଳେଶ୍ୱର ସାହୁ ଫେକ୍ ଏନକାଉଣ୍ଟର ମାମଲାରେ ଅଭିଯୁକ୍ତ । ଛତିଶଗଡ଼ ବ୍ୟବସାୟୀଙ୍କଠୁ ଚାନ୍ଦା ଆଦାୟ କରିବା ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଛି । ଛତିଶଗଡ଼ ପୁଲିସ ଏନେଇ ଓଡ଼ିଶା ପୁଲିସ ଡିଜିଙ୍କୁ ଅଭିଯୋଗ କରିବା ପରେ ତା’ର ତଦନ୍ତ ବି କ୍ରାଇମବ୍ରାଂଚ କରୁଛି ।

ମମିତା ମେହେର ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ମୃତ୍ୟୁ ହୋଇଛି । ଏ ଘଟଣାର ତଦନ୍ତ କ୍ରାଇମବ୍ରାଂଚ ହାତରେ ଥିଲା । ତେଣୁ ଗୋପାଳ ଦାସଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି । ଗୋପାଳ ଦାସଙ୍କ ପରିବାର ଲୋକେ ରାଜନୀତିକ ଅବା ଅନ୍ୟ କାରଣରୁ ନିରବ ରହିପାରନ୍ତି, କିନ୍ତୁ ରାଜ୍ୟର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story