ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ନବ ଦାସଙ୍କୁ ହତ୍ୟା କରାଯିବାର ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
'ଓଡ଼ିଶାରେ ପରିବର୍ତ୍ତନର ଆବଶ୍ୟକତା ରହିଛି'
'ଓଡ଼ିଶାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଗଞ୍ଜାମରେ ହେଉ କିମ୍ବା ଓଡ଼ିଶାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ମୋର ଅନୁରୋଧ, ମୁଖ୍ୟମନ୍ତ୍ରୀ ତାଙ୍କରି ଦଳ ଭିତରୁ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କ ହାତରେ ଓଡ଼ିଶାର ଶାସନ ଭାର ଦିଅନ୍ତୁ।' କାହିଁକି ଏଭଳି କହିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
Odisha
'ନିଜ କର୍ମୀଙ୍କ ହାତରେ ଭତ୍ତା ଟଙ୍କା ଦେଇ ଗରିବ ଲୋକଙ୍କଠୁ କମିସନ ନେବେ ବିଜେଡି କର୍ମୀ'
'ନିଜ କର୍ମୀଙ୍କ ହାତରେ ଭତ୍ତା ଟଙ୍କା ଦେଇ ଗରିବ ଲୋକଙ୍କଠୁ ପାଉଣା ନେବେ ବିଜେଡି କର୍ମୀ, ପୋଷ୍ଟ ଅଫିସ ଆକାଉଣ୍ଟରେ ଭତ୍ତା ଟଙ୍କା ଦେବା କଥା, କିନ୍ତୁ ତାହା ନ କରି ପୁଣି ହାତରେ ଦେବାକୁ ଯାଉଛି ବିଜେଡି।' ଯାହାକୁ ନେଇ ଏଭଳି କହିଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।
Odisha
୧୭ ବର୍ଷ ହେଲା ମଳଦ୍ବାର ବନ୍ଦ
୧୭ ବର୍ଷ ହେଲାଣି ମଳଦ୍ବାର ବନ୍ଦ, ଅପରେସନ କରି ପେଟ ପଟୁ କରାଯାଇଛି ଅସ୍ବାଭାବିକ ମଳଦ୍ବାର। ଆଜିକୁ ୧୭ ବର୍ଷ ହେବ ଏକ ଅଭିଷପ୍ତ ଜୀବନ ବିତାଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ରଂଜନ ଷଣ୍ଢ।
Odisha
‘ବିଜେଡି ଭଳି ଅନ୍ୟ ଦଳ ବି ଯୋଗ ଦିଅନ୍ତୁ’
‘ବିଜେଡି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ବିଜେଡି ଭଳି ଅନ୍ୟ ଦଳ ବି ଯୋଗ ଦିଅନ୍ତୁ। ସ୍ୱାଧୀନତା ପାଇଁ ସମସ୍ତେ ଲଢ଼ିଥିଲେ, କୌଣସି ଗୋଟିଏ ଦଳ ନୁହେଁ’ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେଡି ଯୋଗ ଦେବା ନିଷ୍ପତ୍ତି ନେବା ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।