ଅଶାନ୍ତ ହେଲାଣି ସମୁଦ୍ର, ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ  ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ  ୫୯୦କିମି ଦୂରରେ କେନ୍ଦ୍ରୀଭୂତ ଅଛି ଭୀଷଣ ବାତ୍ୟା ‘ଅସାନି’ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି । ଏହା ପ୍ରଭାବରେ ଅଶାନ୍ତ ହେଲାଣି ଗୋପାଳପୁର ବେଳାଭୂମି। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସୁଥିବା ବେଳେ ପାଣି ଗୋଳିଆ ରହୁଥିବା ଦେଖାଯାଉଛି। ଫଳରେ ଗୋପାଳପୁର ବେଳାଭୂମିରେ ୩ ନଂ ବିପଦ […]

gopalpur-sea-beach

Niharika Rout
  • Published: Tuesday, 10 May 2022
  • , Updated: 10 May 2022, 12:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ  ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ  ୫୯୦କିମି ଦୂରରେ କେନ୍ଦ୍ରୀଭୂତ ଅଛି ଭୀଷଣ ବାତ୍ୟା ‘ଅସାନି’ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି ।

ଏହା ପ୍ରଭାବରେ ଅଶାନ୍ତ ହେଲାଣି ଗୋପାଳପୁର ବେଳାଭୂମି। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସୁଥିବା ବେଳେ ପାଣି ଗୋଳିଆ ରହୁଥିବା ଦେଖାଯାଉଛି। ଫଳରେ ଗୋପାଳପୁର ବେଳାଭୂମିରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ  ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଯିବାକୁ ବାରଣ କରାଯାଇଛି। ଆଜି ଓ ଆସନ୍ତାକାଲି ସମୁଦ୍ର ଉପକୂଳକୁ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।   ଏଥିସହ ବାତ୍ୟା ଆସିଲେ ଯେକୌଣସି ପରିସ୍ଥିତି ର ମୁକାବିଲା ପାଇଁ ୨ଟି ଓଡ୍ରାଫ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ଗୋପାଳପୁର ବାଦ ପୁରୀ,  ଚାନ୍ଦବାଲି/ଧାମରା ଏବଂ  ପାରାଦ୍ୱୀପ ବନ୍ଦର  ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

‘ଅସାନି’ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହେବ । ଓଡ଼ିଶା ଉପକୂଳ ଦେଇ ଗଭୀର ଅବପାତ ଅବସ୍ଥାରେ ଗତି କରିବ । ୧୨ ତାରିଖ ପୂର୍ବାହ୍ନରେ ଗୋପାଳପୁରଠୁ ୭୮ କିମି ଦୂରରେ ଅତିକ୍ରମ କରିବ । ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପାଗ ମେଘୁଆ ରହିବ ।

ଏହା ପ୍ରଭାବରେ ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିପାରେ । କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ରୁ ୧୧ ସେମି ବର୍ଷା ହୋଇପାରେ ବୋଲି କହିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ  ଉମାଶଙ୍କର ଦାସ । ତେବେ ଉପକୂଳବର୍ତ୍ତୀ ଜିଲ୍ଲାର ସ୍ଥଳଭାଗରେ ପବନ ନେଇ କୌଣସି ସୂଚନା ନାହିଁ ବୋଲି କୁହାଯାଇଛି।   

Related story