Advertisment

ଜେଲରେ ଓକିଲଙ୍କୁ ଭେଟିପାରିବେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଦିନ କାଟୁଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେଲରେ ରହିଥିଲେ ହେଁ ସେ ଓକିଲଙ୍କୁ ଭେଟିପାରିବେ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମାଲାରେ ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ନିର୍ଦ୍ଦେଶ ପରେ ଏବେ ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କୁ ଆଲୋଚନା କରିବାର ସୁଯୋଗ ମିଳିବ। ପୂର୍ବରୁ କୋଭିଡ୍ ଗାଇଡଲାଇନ୍ ଦର୍ଶାଇ ଜେଲରେ ପ୍ରଦୀପଙ୍କୁ ଓକିଲଙ୍କ ସହ ଆଲୋଚନା କରିବାକୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
‘ପ୍ରଦୀପ ପାଣିଗ୍ରାହୀ ମାମଲାରେ କେସ୍ ଡାଏରୀ ଦାଖଲ କର’

pradeep

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଦିନ କାଟୁଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେଲରେ ରହିଥିଲେ ହେଁ ସେ ଓକିଲଙ୍କୁ ଭେଟିପାରିବେ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମାଲାରେ ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ଏହି ନିର୍ଦ୍ଦେଶ ପରେ ଏବେ ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କୁ ଆଲୋଚନା କରିବାର ସୁଯୋଗ ମିଳିବ। ପୂର୍ବରୁ କୋଭିଡ୍ ଗାଇଡଲାଇନ୍ ଦର୍ଶାଇ ଜେଲରେ ପ୍ରଦୀପଙ୍କୁ ଓକିଲଙ୍କ ସହ ଆଲୋଚନା କରିବାକୁ ସୁଯୋଗ ମିଳୁନଥିଲା। ସମ୍ବିଧାନ ଓ ପ୍ରିଜନ ରୁଲର ଉଲ୍ଲଙ୍ଘନ ଦର୍ଶାଇ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ୪ ତାରିଖ ସନ୍ଧ୍ୟା ବେଳେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ କରିଥିଲା କ୍ରାଇମବ୍ରାଞ୍ଚ।

Advertisment

ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏବେ ପ୍ରଦୀପ ଝାରପଡ଼ା ଜେଲ୍‌ରେ ରହିଛନ୍ତି।

Pradeep Panigrahi