Advertisment

ପାୱାର କରିଡ଼ରର ଗୁମର ଖୋଲୁଥିବା ପ୍ରଦୀପଙ୍କ ମୁହଁ ବନ୍ଦ ପାଇଁ ଉଦ୍ୟମ ଆରମ୍ଭ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ବହିଷ୍କାର କରିବା ପରଠୁ ସେ ଗଣମାଧ୍ୟମରେ ପାୱାର କରିଡର ସହ ଜଡ଼ିତ ବ୍ୟକ୍ତିମାନଙ୍କ ଗୁମର ପଦାରେ ପକାଉଥିବାକୁ ନେଇ ବିଜେଡି ଆଶଙ୍କିତ ହୋଇପଡ଼ିଛି। ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ପ୍ରେସ୍ ରିଲିଜ୍ ଜାରି କରାଯାଇ ବହିଷ୍କାର ପରେ ପ୍ରଦୀପ ଲୋକଙ୍କୁ ମିଛ କହୁଛନ୍ତି ଓ ସର୍ବସାଧାରଣରେ ବିଷ ଓଗାଳିବାରେ ଲାଗିଛନ୍ତି ବୋଲି କହୁଥିବାବେଳେ କ୍ରାଇମବ୍ରାଂଚ ଟିମ୍ ଅଚାନକ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇନେଇ ପରୋକ୍ଷରେ ତାଙ୍କ […]

ଅଦ୍ୟତନ ହୋଇଛି
୨ ଦିନିଆ ରିମାଣ୍ଡରେ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

pradeep-panigrahi-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ବହିଷ୍କାର କରିବା ପରଠୁ ସେ ଗଣମାଧ୍ୟମରେ ପାୱାର କରିଡର ସହ ଜଡ଼ିତ ବ୍ୟକ୍ତିମାନଙ୍କ ଗୁମର ପଦାରେ ପକାଉଥିବାକୁ ନେଇ ବିଜେଡି ଆଶଙ୍କିତ ହୋଇପଡ଼ିଛି। ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ପ୍ରେସ୍ ରିଲିଜ୍ ଜାରି କରାଯାଇ ବହିଷ୍କାର ପରେ ପ୍ରଦୀପ ଲୋକଙ୍କୁ ମିଛ କହୁଛନ୍ତି ଓ ସର୍ବସାଧାରଣରେ ବିଷ ଓଗାଳିବାରେ ଲାଗିଛନ୍ତି ବୋଲି କହୁଥିବାବେଳେ କ୍ରାଇମବ୍ରାଂଚ ଟିମ୍ ଅଚାନକ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇନେଇ ପରୋକ୍ଷରେ ତାଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ ଆରମ୍ଭ କରିଛି।

Advertisment

ଅଧିକ ପଢନ୍ତୁ : ଝାରପଡ଼ା ଜେଲ୍‌ରେ କଟିଲା ପ୍ରଦୀପଙ୍କ ରାତି, ସଙ୍ଗରୋଧରେ ରହିଲେ

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଦଳର ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ, ପ୍ରଦୀପ ପାଣିଗ୍ରାହୀ ବେଆଇନ କାର୍ଯ୍ୟ କରୁଛନ୍ତି ଓ ଆଇନ ତାଙ୍କ କଥା ବିଚାର କରିବ। ତେବେ ଦଳରୁ ବିଦା ହେବାପରେ ସେ ଏବେ ସର୍ବସାଧାରଣରେ ବିଷ ଓଗାଳିବା ସହ ଲୋକଙ୍କୁ ମିଛ କହି ବୁଲୁଛନ୍ତି। ପ୍ରଦୀପଙ୍କ ବ୍ୟାଙ୍କ ଖାତାରେ ଗତ ୬ମାସ ମଧ୍ୟରେ ଅଢ଼େଇ କୋଟି ଟଙ୍କାରୁ ଅଧିକ ଅର୍ଥ ମଦ ଓ ବାଲିରେ ସମ୍ପୃକ୍ତ ଥିବା ଲୋକଙ୍କଠୁ ଆଦାୟ ହୋଇଛି। ଶ୍ରୀ ପାଣିଗ୍ରାହୀଙ୍କ ଏହି ଉଦ୍ଦେଶ୍ୟ ପ୍ରଣୋଦିତ ଅନିୟମିତତା ଓଡ଼ିଶାବାସୀ ଦେଖୁଛନ୍ତି। ଯାହାକୁ ସେମାନେ ସହଜରେ ଭୁଲିପାରିବେ ନାହିଁ। ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ କିଭଳି ନିଜର ଏକମାତ୍ର ଝିଅକୁ ଜାଣିଶୁଣି ନିଆଁକୁ ଫିଙ୍ଗିଲା ଭଳି ଟାଟା କମ୍ପାନୀରେ ଚାକିରି କରିନଥିବା ଆକାଶ ପାଠକଙ୍କ ସହିତ ବାହା ଦେବାକୁ ଯାଉଥିଲେ ତାହା ସେ ଜାଣୁପାରୁନାହାନ୍ତି। ପାଣିଗ୍ରାହୀ ଦମ୍ପତି କିଭଳି ପିତାମାତା ବୋଲି ଶ୍ରୀମତୀ ଦେଓ ପ୍ରଶ୍ନ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ପ୍ରଦୀପ ପାଣିଗ୍ରାହୀଙ୍କୁ ଏଭଳି ବ୍ୟକ୍ତିଗତସ୍ତରକୁ ଯାଇ ଗୋଟିଏ କ୍ଷମତାସୀନ ଆଂଚଳିକ ଦଳ ସମାଲୋଚନା କରୁଛି କେମିତି? ଶ୍ରୀ ପାଣିଗ୍ରାହୀ ଗତ ୩ଦିନ ଧରି ପାୱାର କରିଡର ସହ ଜଡ଼ିତ ଲୋକମାନଙ୍କ ଗୁମର ଖୋଲିବା ସହ ଆଜି ଡାଲି ଦୁର୍ନୀତି ମାମଲା କିଏ ଓ କାହିଁକି ବନ୍ଦ କଲା ବୋଲି ପ୍ରଶ୍ନ କରିବାପରେ କ୍ରାଇମବ୍ରାଂଚ ଅଚାନକ ତତ୍ପର ହୋଇ ପଡ଼ିଥିଲା। ଆଉ ସନ୍ଧ୍ୟାରେ ବିନା ନୋଟିସରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିଲା।

Advertisment

ବିଜେଡି ମୁଖପାତ୍ରଙ୍କ ବୟାନ ଓ କ୍ରାଇମବ୍ରାଂଚର କାର୍ଯ୍ୟ ହିଁ ପରୋକ୍ଷରେ ପ୍ରଦୀପଙ୍କ ମୁହଁକୁ ବନ୍ଦ ପାଇଁ ଉଦ୍ୟମ ବୋଲି ସାଧାରଣରେ ଚର୍ଚ୍ଚା।

BjD Bjd Leader Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe